ସାମସଙ୍ଗ୍‌ ଗାଲାକ୍ସି ଜେ୮ ଓ ଜେ୬ ସ୍ମାର୍ଟଫୋନ ବିକ୍ରି ୨ ନିୟୁତ ଟପିଲା

ଭୁବନେଶ୍ୱର: ସାମସଙ୍ଗ୍‌ ପକ୍ଷରୁ ନିକଟରେ ଉନ୍ମୋଚନ କରାଯାଇଥିବା ଜେ୮ ଓ ଜେ୬ ସ୍ମାର୍ଟଫୋନ୍‌ର ବିକ୍ରି ୨ ନିୟୁତ ସ୍ତର ଅତିକ୍ରମ କରିଛି। ଗାଲାକ୍ସି ଜେ୬କୁ କଂପାନି ଚଳିତ ବର୍ଷ ମେ ୨୨ ଓ ଜେ୮କୁ ଜୁଲାଇ ୧ରେ ଉନ୍ମୋଚନ କରିଥିଲା। ଏହି ଦୁଇ ମଡେଲ୍‌ର ଚାହିଦା ଏତେ ଅଧିକ ରହିଛି ଯେ ପ୍ରତିଦିନ ୫୦ ହଜାର ନୂଆ ଗ୍ରାହକ ସାମିଲ ହେଉଛନ୍ତି । ଉଭୟ ଗାଲାକ୍ସି ଜେ୮ ଓ ଜେ୬ରେ ସାମସଙ୍ଗ୍‌ର ସିଗ୍ନେଚର ଇନଫିନିଟି ଡିସ୍‌ପ୍ଲେ ରହିଛି। ଏଥିରେ ସୁପର ଆମୋଏଲ୍‌ଇଡି ଡିସ୍‌ପ୍ଲେ ମଧ୍ୟ ରହିଛି। ଗାଲାକ୍ସି ଜେ୮ର ଉନ୍ନତ ଡୁଆଲ୍‌ କ୍ୟାମେରା ଉତ୍କୃଷ୍ଟ ଫଟୋଗ୍ରାଫି ପ୍ରଦାନ କରୁଛି। ଏଥିରେ ସାମସଙ୍ଗ୍‌ର ଲାଇଫ୍‌ ଫୋକସ୍‌ ବୈଶିଷ୍ଟ୍ୟ ରହିଛି। ‘ଆମେ ସାମସଙ୍ଗ ଜେ୮ ଓ ଜେ୬ର ସଫଳତାକୁ ନେଇ ବହୁତ ଖୁସି। ଆମର ଦର୍ଶନ ହେଉଛି ଦର୍ଶକଙ୍କୁ ଶୁଣିବା ଓ ସେମାନଙ୍କ ମତାମତକୁ ଆମ ଉତ୍ପାଦରେ ବ୍ୟବହାର କରାଯାଇଛି। ଏହାର ସୁଫଳ ମିଳିଛି। ଆମର ଇନଫିନିଟି ମଡେଲ୍‌ରେ ଚାଟ୍‌ ଓଭର୍‌ ଭିଡିଓ ବୈଶିଷ୍ଟ୍ୟକୁ ଜବରଦସ୍ତସମର୍ଥନ ମିଳିଛି ଓ ୫୦% ଅଧିକ ଗ୍ରାହକ ଏହାକୁ ନିୟମିତ ବ୍ୟବହାର କରୁଛନ୍ତିି। ବର୍ତ୍ତମାନ ପିଢ଼ିର ଯୁବବର୍ଗ ପାଇଁ ବିକଶିତ ଏହ ଫୋନ୍‌ରେ ଥିବା ସୁପର ଆମୋଏଲ୍‌ଇଡି ଡିସ୍‌ପ୍ଳେ ଅତୁଳନୀୟ ଅନୁଭୂତି ପ୍ରଦାନ କରୁଛି ।

କଂପାନି ପକ୍ଷରୁ କୁହାଯାଇଛି ଯେ ଏହାର ଏ୬+ ଓ ଏ୬ ମଡେଲ୍‌ର ଚାହିଦା ମଧ୍ୟ ବହୁତ ଅଧିକ ରହିଛି। ଗାଲାକ୍ସି ଏ୬+ର ମୂଲ୍ୟ ୨୩,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ସେହିପରି ଏ୬ର ମୂଲ୍ୟ ୧୯,୯୯୦ ଟଙ୍କା, ଗାଲାକ୍ସି ଜେ୮ର ମୂଲ୍ୟ ୧୮,୯୯୦ ଟଙ୍କା ଓ ଗାଲାକ୍ସି ଜେ୬ର ମୂଲ୍ୟ ୧୩,୯୯୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର