ସାମସଙ୍ଗ ଆଣିଲା ଏମ୍‌ ସିରିଜ୍ ଫୋନ୍

ନୂଆଦିଲ୍ଲୀ,: ସାମସଙ୍ଗ ଇଲେକଟ୍ରୋନିକ୍ସ ଆଜି ଏହାର ଏମ୍ ସିରିଜ୍‌ରେ ଦୁଇଟି ‌ନୂଆ ମଡେଲ ଫୋନ୍ ଏମ୍‌୨୦ ଏବଂ ଏମ୍‌୧୦ ଆଣିଛି। ଏହି ଫୋନର ମୂଲ୍ୟ ୭୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଫେବ୍ରୁଆରି ୫ ତାରିଖରୁ ଏହି ଫୋନ୍ ଅନଲାଇନରେ ବିକ୍ରି ଆରମ୍ଭ ହେବ। ଏମ ୧୦ ଫୋନ୍‌ରେ ୬.୨ ଇଞ୍ଚର ଡିସପ୍ଲେ, ୩୪୦୦ ମିଲିଆମ୍ପିଅର ବ୍ୟାଟେରି, ୧୩ ମେଗାପିକ୍ସେଲ ଓ ୫ ପିକ୍ସେଲର ଦୁଇଟି ରିଅର କ୍ୟାମେରା ଏବଂ ୫ ମେଗା ପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି। ୨ଜିବି ରାମ୍/୧୬ ଜିବି ଇଣ୍ଟରନାଲ ମେମୋରି ଏବଂ ୩ଜିବି ରାମ୍/୩୨ ଜିବି ମେମୋରିରେ ଏହି ଫୋନ ଆସିଛି। ସେହିଭଳି ଏମ୨୦ ଫୋନରେ ୬.୩ ଇଞ୍ଚର ଡିସପ୍ଲେ, ୮ ମେଗା ପିକ୍ସେଲର କ୍ୟାମେରା ଏବଂ ୫ ହଜାର ମିଲିଆମ୍ପିଅରର ବ୍ୟାଟେରି ରହିଛି।

ସମ୍ବନ୍ଧିତ ଖବର