୨ ନୂଆ ରଙ୍ଗରେ ବଜାରକୁ ଆସିଲା ଗାଲାକ୍ସି ନୋଟ-୯ ଓ ୯-ପ୍ଲସ

ଗୁରୁଗ୍ରାମ : ଦେଶର ଅଗ୍ରଣୀ ବିଶ୍ୱସନୀୟ ବ୍ରାଣ୍ଡ ସାମସଙ୍ଗ ଇଣ୍ଡିଆ ସୀମିତ ସଂଖ୍ୟକ ନୂତନ ରଙ୍ଗର ଗାଲାକ୍ସି ନୋଟ୯ ଓ ଗାଲାକ୍ସି ନୋଟ୯ ପ୍ଲସ ବଜାରକୁ ଛାଡ଼ିବା ବିଷୟ ଘୋଷଣା କରିଛି । ଗାଲାକ୍ସି ନୋଟ୯ର ନୂତନ ରଙ୍ଗ ଆଲପାଇନ ହ୍ଵାଇଟ ହୋଇଥିବାବେଳେ ଗାଲାକ୍ସି ନୋଟ୯ ପ୍ଲସର ନୂଆ ରଙ୍ଗ ରେଡ଼ିଆ ପୋଲାରିସ୍‌ ବ୍ଲୁ ରହିଛି । ଆଗାମୀ ଖ୍ରୀଷ୍ଟମାସର ଅବ୍ୟବହିତ ପୂର୍ବରୁ ଏହି ନୂଆ ସାମଗ୍ରୀ ବଜାରକୁ ଛଡ଼ାଯାଇଛି । ନୂତନ ରଙ୍ଗ ସଂଯୋଗ ହେବା ପରେ ଗାଲାକ୍ସି ନୋଟ୯ର ମୋଟ ରଙ୍ଗ ସଂଖ୍ୟା ୫ରେ ପହଞ୍ଚିଥିବାବେଳେ ଗାଲାକ୍ସି ନୋଟ୯ ପ୍ଲସର ରଙ୍ଗ ସଂଖ୍ୟା ୬ରେ ପହଞ୍ଛିଛି ।

ଗାଲାକ୍ସି ନୋଟ୍‌୯ ଓ ଗାଲାକ୍ସି ନୋଟ୍‌୯ ପ୍ଲସ ପ୍ରଚଳନ ଦ୍ୱାରା ଗ୍ରାହକଙ୍କୁ ଆକୃତିଗତ, ଆକର୍ଷଣୀୟ ରଙ୍ଗସଂପନ୍ନ ସ୍ମାର୍ଟଫୋନ ଯୋଗାଇ ଦେବା ପାଇଁ କଂପାନୀ ଚାହେଁ । ପ୍ରଯୁକ୍ତି ଓ କାର୍ଯ୍ୟଦକ୍ଷତାର ବ୍ୟବହାର କ୍ଷେତ୍ରରେ ଆଜିର ଗ୍ରାହକ ନିଜକୁ ଭିନ୍ନ ଭାବେ ଉପସ୍ଥାପିତ କରିବା ଚାହିଁଥାନ୍ତି । ବଜାରକୁ ଛଡ଼ାଯାଇଥିବା ନୂତନ ରଙ୍ଗର ସୀମିତ ସଂଖ୍ୟକ ସ୍ମାର୍ଟଫୋନ ଆମ ଗ୍ରାହକଙ୍କ ଏହି ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି ସାମସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟ ଜେନେରାଲ ମ୍ୟାନେଜର ଆଦିତ୍ୟ ବବର ।

ଗାଲାକ୍ସି ନୋଟ୯ ଓ ଗାଲାକ୍ସି ନୋଟ୯ ପ୍ଲସ ପାଇଁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଥିବା ମଧ୍ୟ ପରିଲକ୍ଷିତ ହେଉଛି । ଆଲପାଇନ ହ୍ଵାଇଟ ଗାଲାକ୍ସି ନୋଟ୯ର ମୂଲ୍ୟ ୬୭,୯୦୦ ଟଙ୍କା ଥିବାବେଳେ ଏଥିରେ ୧୨୮ ଜିବି ମେମୋରୀ ରହିଛି । ସେହିପରି ପୋଲାରିସ୍‌ ବ୍ଲୁ ଗାଲାକ୍ସି ନୋଟ୯ ପ୍ଲସର ମୂଲ୍ୟ ୬୪,୯୦୦ ଟଙ୍କା ଥିବାବେଳେ ଏଥିରେ ୬୪ ଜିବି ମେମୋରୀ ରହିଛ ।

ସମ୍ବନ୍ଧିତ ଖବର