ଇନ୍‌ଫିନିଟି ଡ଼ିସପ୍ଲେ ଥିବା ୪ଟି ଫୋନ ବଜାରକୁ ଛାଡିଲା ସାମସଙ୍ଗ, ଜାଣନ୍ତୁ ସେଗୁଡିକର ମୂଲ୍ୟ

ନୂଆଦିଲ୍ଲୀ :ସାମସଙ୍ଗ ଇନ୍‌ଫିନିଟି ଡ଼ିସପ୍ଲେ ସହ ୪ ଟି ନୂଆ ସ୍ମାର୍ଟ ଫୋନର ବଜାର ପ୍ରବେଶ କରାଇଛି । ଏହାଦ୍ୱାରା ମୋବାଇଲ ଫୋନ ଶିଳ୍ପରେ ନୂଆ ଆକୃତିର ମୋବାଇଲର ବଜାର ପ୍ରବେଶ ହୋଇଛି । ସାମସଙ୍ଗର ଏହି ଇନ୍‌ଫିନିଟି ଆକୃତି ଗାଲାକ୍ସି ଏ ଓ ଜେ ସିରିଜରେ ଦେଖିବାକୁ ମିଳିବ ।
ଗାଲାକ୍ସିର ଜେ୬, ଜେ୮, ଏ୬, ଏ୬ ପ୍ଲସରେ ଗ୍ରାହକ ଏଣିକି ଅଧିକ ୧୫% ଡ଼ିସପ୍ଲେ ସ୍ଥାନ ପାଇପାରିବେ । ଏହାଦ୍ୱାରା ମୋବାଇଲ ଆକୃତିରେ କୌଣସି ବୃଦ୍ଧି ଘଟିବ ନାହିଁ । ନୂତନ ଭାବେ ବଜାରକୁ ଆସିଥିବା ଏହି ୪ଟି ଯାକ ଫୋନରେ ସାମସଙ୍ଗର ସୁପର ଆମୋଲେଡ଼ ଡ଼ିସପ୍ଲେ ପ୍ରଯୁକ୍ତିି ରହିଛି । ଏହାଦ୍ୱାରା ଚିତ୍ର ସଂପୂର୍ଣ୍ଣ ଓ ସ୍ପଷ୍ଟ ଭାବେ ଦୃଶ୍ୟ ହୋଇଥାଏ । ସାମସଘଙ୍ଗ ଇନଫିନିଟି ଡ଼ିସପ୍ଲେରେ ନୂଆ ଚାଟ ଓଭର ଭିଡ଼ିଓ ବ୍ୟବସ୍ଥା ରହିଛି । ଗାଲାକ୍ସି ’ଏ’ ସିରିଜ ଫୋନ ବାହ୍ୟ ଅଂଶ ଧାତକ ଓ ପତଳା ହୋଇଥିବାବେଳେ ’ଜେ’ ସିରିଜ ଫୋନ ବାହ୍ୟ ଅଂଶ ପଲିକାର୍ବୋନେଟରେ ପ୍ରସ୍ତୁତ କରାଯାଇଛି । ଜେ୮ର ୬ ଏଚଡ଼ି ପ୍ଲସ ଡ଼ିସପ୍ଲେ ରହିଛି । ଏହାର ଶୈଳୀ ବେଶ ମନଛୁଆଁ ହୋଇଛି ଏବଂ ଫୋନଟି ଧରିବା ପାଇଁ ସୁବିଧାଜନକ ।

Daily Star

ଗାଲାକ୍ସି ଏ୬ ପ୍ଲସ ଓ ଜେ୮ରେ ୩୫୦୦ ଏମଏଏଚ କ୍ଷମତାସଂପନ୍ନ ବ୍ୟାଟେରୀ ରହିଛି । ୪ଜିବି/ ୬୪ଜିବି , ର‍୍ୟାମ/ରମରେ ଏହି ୪ କିସମ ଫୋନ ଉପଲବ୍‌ଧ । ଏହି ଫୋନର ବିକ୍ରି ପାଇଁ ପେଟିଏମ ମଲ ସହ ସାମସଙ୍ଗ ସହଭାଗିତା କରିଛି । ସାମସଙ୍ଗ ଏ6 ପ୍ଲସର ମୂଲ୍ୟ ୨୫,୯୯୦ ଟଙ୍କା ରହିଥିବାବେଳେ ଏ୬ (୪/୬୪ଜିବି) ମୂଲ୍ୟ ୨୨୯୯୦ ଟଙ୍କା ଓ ଏ୬ (୪/୩୨ଜିବି)ର ମୂଲ୍ୟ ୨୧,୯୯୦ ଟଙ୍କା ରହିଛି । ସେହିପରି ଗାଲାକ୍ସି ଜେ୮ର ମୂଲ୍ୟ ୧୮,୯୯୦ ଟଙ୍କା ଥିଲାବେଳେ ଜେ୬ (୪/୬୪ଜିବି) ମୂଲ୍ୟ ୧୬,୯୯୦ ଟଙ୍କା ଓ ଜେ୬ (୩/୩୨ଜିବି)ର ମୂଲ୍ୟ ୧୩,୯୯୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର