ବଜାରରେ ସାମସଙ୍ଗ ଗାଲାକ୍ସି ଏ-୮ପ୍ଲସ୍‌, ଚମତ୍କାର ସେଲଫି ପାଇଁ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା

ନୂଆଦିଲ୍ଲୀ : ସ୍ମାର୍ଟଫୋନ କମ୍ପାନି ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଏ8+ ଲଞ୍ଚ୍‌ କରାଯାଇଛି । ନୂତନ ଫୋନର ଗଠନ ଶୈଳୀ ଆକର୍ଷଣୀୟ ହେବା ସହ ଏଥିରେ ଅନେକ ନୂଆ ବ୍ୟବସ୍ଥାମାନ ରହିଛି । କଳା ଓ ସୁନେଲେି ରଙ୍ଗ ବିଶିଷ୍ଟ ଏହି ନୂଆ ସ୍ମାର୍ଟଫୋନର ମୂଲ୍ୟ ୩୨,୯୯୦ ଟଙ୍କା ରହିଛି ।

ଏଥିରେ ୬ ଜିବି ର‍୍ୟାମ୍‌, ୬୪ ଜିବି ଆଭ୍ୟନ୍ତରୀଣ ମେମୋରୀ ରହିଛି । ମେମୋରୀ ୨୫୬ ଜିବିକୁ ସଂପ୍ରସାରିତ ହୋଇପାରିବ । ଏଥିରେ ଡ଼ୁଆଲ ସମ୍ମୁଖ କ୍ୟାମେରା ଓ ବଡ଼ ଡ଼ିସପ୍ଲେ ରହିଛି । ଆହୁରି ମଧ୍ୟ ଏଥିରେ ୬.୦ ଏଫଏଚଡ଼ି ସୁପର ଆମୋଲେଡ଼ ଡ଼ିସପ୍ଲେ ରହିଛି । ଏହି ଡ଼ିସପ୍ଲେ ସର୍ବଦା ଅନରେ ରହିଥାଏ ଏବଂ ଗ୍ରାହକ ଆବଶ୍ୟକ ସୂଚନା ତତ୍‌କ୍ଷଣାତ ପାଇପାରିବେ ।

ତେବେ ଏହି ଫୋନର ଏକ ଆକର୍ଷଣୀୟ ବିଷୟ ହେଲା ଏଥିରେ ଥିବା ୧୬ ଏମପି+୮ ଏମପି ଡୁଆଲ ଫ୍ରଣ୍ଟ କ୍ୟାମେରା ଦ୍ୱାରା ଆପଣ ନିଜ ମନପସନ୍ଦର ସେଲଫି ଉଠାଇପାରିବେ । ଅର୍ଥାତ୍‌ କ୍ଲୋଜ୍‌ ଅପଠାରୁ ଆରମ୍ଭ କରି ପୋଟ୍ରେଟ୍‌ ଓ ବ୍ୟାକଗ୍ରାଉଣ୍ଡ ବ୍ଲରଡ୍‌ ସେଲଫି ଉଠାଇପାରିବେ । ସେହିପରି ଏହାର ୧୬ ମେଗାପିକ୍ସେଲ ରିଅର କ୍ୟାମେରା ଦ୍ୱାରା ଉଚ୍ଚ ଗୁଣମାନର ଫଟୋ ଉଠାଯାଇପାରିବ ।

ଏହି ନୂଆ ସ୍ମାର୍ଟଫୋନ ସଂପର୍କରେ ସାମସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟର ଜେନେରାଲ ମ୍ୟାନେଜର ଆଦିତ୍ୟ ବାବର କହିଛନ୍ତି ଯେ ନୂତନ ଏ-୮ପ୍ଲସ୍‌ ସ୍ମାର୍ଟଫୋନରେ ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ଭଳି ବ୍ୟବସ୍ଥା ସହ ଅନେକ ନୂଆ ତଥା ଅଭିନବ ଫିଚର ରହିଛି । ଏହି ମୂଲ୍ୟରେ ଏସବୁ ଫିଚର ରହିବା ବିରଳ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର