ଭାରତରେ ଲଞ୍ଚ ହେଲା ସାମସଙ୍ଗ ଗ୍ୟାଲେକ୍ସି ଏ-୮୦ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ :  ସାମସଙ୍ଗ ପକ୍ଷରୁ  ନୂତନ ଗ୍ୟାଲେକ୍ସି ଏ-୮୦ ମୋବାଇଲ୍ ହ୍ୟାଣ୍ଡସେଟର ବଜାର ପ୍ରବେଶ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହ୍ୟାଣ୍ଡସେଟ ଗ୍ରାହକଙ୍କୁ ଅନନ୍ୟ ଅଭିଜ୍ଞତା ଦେବା ସହିତ ଦୈନଦିନ ଜୀବନଶୈଳୀରେ ଆବଶ୍ୟକ ହେଉଥିବା ବିଭିନ୍ନ ଉପାଦନକୁ ପୂରଣ କରିବାକୁ ସକ୍ଷମ ହେବ । ଏଥିରେ ରୋଟେଟିଂ କ୍ୟାମେରା ରହିଛି ।

ଏହି ଅବସରରେ ସାମସଙ୍ଗ୍ ଇଲୋକ୍ଟ୍ରନିକ୍ସ୍ ଆଇଟି ଏବଂ ମୋବାଇଲ୍ ସିଇଓ ତଥ ।ସଭାପତି ଡି.ଜେ. କୋହ କହିଲେ, “ ଗ୍ରାହକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ପଇଁ ସାମସଙ୍ଗ୍ ସବୁବେଳେ ପ୍ରୟାସ ଜାରି ରଖିଛି । ଏହା ଅନ୍ତର୍ଗତ ଗ୍ୟାଲେକ୍ସି-ଏ ସିରିଜ୍ରେ ନବୀନତମ ସ୍ମାଟଫୋନ୍ ଗ୍ୟାଲେକ୍ସି-ଏ-୮୦ର ନିର୍ମାଣ କରାଯାଇଛି । ଏହା ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ହେବ ।

ଗ୍ୟାଲେକ୍ସି ଏ-୮୦ ସ୍ମାର୍ଟଫୋନରେ ୬.୭ ଇଞ୍ଚ ଏଫଏଚଡି ପ୍ଲସ୍ ସ୍କ୍ରିନ୍, ଇନଫନିଟି-ସୁପର ଆମଲୋଏଡ୍ ଡିସପ୍ଲେ, ଏଫ-୨.୦ ଆପରେଚର ବିଶିଷ୍ଟ ୪୮ଏମପି ସମ୍ମୁଖ କ୍ୟାମେରା, ଏଫ୍-୨.୨ ଆପରେଚର ବିଶିଷ୍ଟ ୮ ଏମପି ୱାଇଡ୍ ବିଏମ୍ପି ପଛ କ୍ୟାମେରା, ୩-ଡି ଡେପ୍ ରୋଟେଟିଂ କ୍ୟାମେରା, ୩,୭୦୦ ଏମଏଏଚ୍ ବ୍ୟାଟେରୀ ରହିଛି । ଏଥିରେ ୨୫ ୱାଟ୍ ଚାର୍ଜର ସୁବିଧା ରହିଛି । ଏଥିରେ ୮ଜିବି ରାମ୍ ୧୨୮ଜିବି ରମ୍, ଅକ୍ଟା କୋର୍ ୨.୨ ଜିଏଚଜି ଡୁଆଲ୍, ୧.୮ ଜିଏଚଜି ହେସ୍କା, ଆଣ୍ଡ୍ରଏଡ୍ ୯.୦ ପାଇେ ୩-ଡି ଗ୍ଲାସ୍, ମେଟାଲ୍ ଫ୍ରେମ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହା ଫ୍ୟାଣ୍ଟମ୍ ବ୍ଲାକ, ଆଞ୍ଜେଲ ଗୋଲ୍ଡ ଏବଂ ଘୋଷ୍ଟ ହ୍ୱାଇଟ୍ ରଙ୍ଗରେ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର