ସାମସଙ୍ଗ୍ ଇଣ୍ଡିଆ ପକ୍ଷରୁ ନୂଆ ପିଢ଼ି ପାଇଁ ଗାଲାକ୍ସି ଏମ୍ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଏକ ନମ୍ବର କଂଜୁ୍ୟମର ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ନୂଆ ଗାଲାକ୍ସି ଏମ୍କୁ ଉନ୍ମୋଚନ କରାଯାଇଛି । ଭାରତର ନୂତନ ପିଢ଼ିକୁ ଦୃଷ୍ଟିରେ ରଖି ଏହି ସ୍ମାର୍ଟଫୋନ୍କୁ ଡିଜାଇନ୍ କରାଯାଇଛି । କଂପାନି ପକ୍ଷରୁ ଗାଲାକ୍ସି ଏମ୍୨୦ ଓ ଗାଲାକ୍ସି ଏମ୍୧୦ ନାମକ ଦୁଇଟି ଫୋନ୍ ଉନ୍ମୋଚନ କରାଯାଇଛି । ଏହି ଦୁଇ ଫୋନର ଗ୍ଲୋବାଲ ଲଞ୍ଚ ଭାରତରେ କରାଯାଇଛି ।

ଚଳିତ ବର୍ଷ ଫେବ୍ରୁଆରି ୫ ତାରିଖ ଠାରୁ ଆମାଜନ୍ ଡଟ୍ ଇନ୍ ଓ ସାମସଙ୍ଗ ଡଟ୍ ଇନ୍ରେ ଏହି ଦୁଇ ଫୋନ୍ ବିକ୍ରି ପାଇଁ ଉପଲବ୍ଧ ହେବ । ଗାଲାକ୍ସି ଏମ୍ ସିରିଜ୍ ଫୋନ୍ରେ ଇନଫିନିଟି ଭି-ଡିସ୍ପ୍ଲେ, ଡୁଆଲ୍ କ୍ୟାମେରା ସହ ଅଲଟ୍ରା ୱାଇଡ୍ ଲେନ୍ସ, ଲମ୍ବା ସମୟ ଚାଲୁଥିବା ବ୍ୟାଟେରି ଓ ଉଚ୍ଚ ପ୍ରଦର୍ଶନ ପ୍ରଦାନ କରୁଥିବା ପ୍ରୋସେସର ଏବଂ ସାମସଙ୍ଗ ଏକ୍ସପେରିଏନ୍ସ ୟୁଏକ୍ସ ରହିଛି ।

ଗାଲାକ୍ସି ଏମ୍୨୦ର ୪ଜିବି+୬୪ ଜିବିର ମୂଲ୍ୟ ୧୨,୯୯୦ ଟଙ୍କା ରହିଥିବା ବେଳେ ୩ଜିବି+୩୨ଜିବି ମଡେଲ୍ର ମୂଲ୍ୟ ୧୦,୯୯୦ ଟଙ୍କା ରହିଛି । ଏହା ଓସୋନ୍ ବ୍ଲୁ ଓ ଚାରକୋଲ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେବ । ସେହିପରି ଗାଲାକ୍ସି ଏମ୍୧୦ର ୩ଜିବି+୩୨ ଜିବିର ମୂଲ୍ୟ ୮୯୯୦ ଟଙ୍କା ରହିଥିବା ବେଳେ ୨ଜିବି+୧୬ ଜିବିର ମୂଲ୍ୟ ୭୯୯୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର