ସାମସଙ୍ଗ୍ ଗାଲାକ୍ସି ଏମ୍୩୦ ଉନ୍ମୋଚିତ

ଭୁବନେଶ୍ୱର: ନୂଆ ପିଢ଼ିକୁ ଅଧିକ ଶକ୍ତି ପ୍ରଦାନ କରିବା ପାଇଁ ସାମସଙ୍ଗ୍ ଇଣ୍ଡିଆ ପକ୍ଷରୁ ଗାଲାକ୍ସି ଏମ୍୩୦କୁ ଉନ୍ମୋଚନ କରାଯାଇଛି । ଏମ୍ ସିରିଜ୍ ଉତ୍ପାଦ ବର୍ଗରେ କଂପାନି ଏମ୍୩୦କୁ ଯୋଡ଼ି ଏହାକୁ ଅଧିକ ରୁଦ୍ଧିମନ୍ତ କରିଛି । ଗାଲାକ୍ସି ଏମ୍୩୦କୁ ପ୍ରଯୁକ୍ତି ପସନ୍ଦ କରୁଥିବା ନୂତନ ପିଢ଼ିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ତିନିଟି କ୍ୟାମେରା, ସୁପର ଆମୋଏଲଇଡି ଇନଫିନିଟି ୟୁ ଡିସ୍ପ୍ଲେ ଏବଂ ୫୦୦୦ ଏମ୍ଏଏଚ୍ ବ୍ୟାଟେରି ରହିଛି । ନିକଟରେ ଉନ୍ମୋଚନ ହୋଇଥିବା ଏମ୍୧୦ ଏବଂ ଏମ୍୨୦କୁ ଜବରଦସ୍ତ ସମର୍ଥନ ମିଳିବା ପରେ କଂପାନି ପକ୍ଷରୁ ଏମ୍୩୦କୁ ଉନ୍ମୋଚନ କରିବାକୁ ନିଷ୍ପତି ନିଆଯାଇଥିଲା ।

ଗାଲାକ୍ସି ଏମ୩୦ରେ ରହିଛି ୬.୪ ଇଂଚ୍ ଡିସ୍ପ୍ଲେ, ଅକ୍ଟାକୋର୍ ଏକ୍ସିନସ୍ ୭୯୦୪ ପ୍ରୋସେସର, ସାମ୍ନାରେ ୧୬ ଏମପି, ପଛରେ ୧୩+୫ ଏମପି କ୍ୟାମେରା, ୬+୧୨୮ ଓ ୪+୬୪ ଜିବି ରାମ୍/ରମ୍, ୫୦୦୦ ଏମ୍ଏଏଚ୍ ବ୍ୟାଟେରି ଏବଂ ଫେସ୍ ଅନଲକ୍ ଓ ଫିଗଂରପ୍ରିଂଟ୍ ବ୍ୟବସ୍ଥା ।
ଏହା ଗ୍ରେଡେସନ୍ ବ୍ଲାକ୍ ଓ ଗ୍ରେଡେସନ୍ ବ୍ଲୁ ରଙ୍ଗରେ ଉପଲବ୍ଧ ହେବ । ଗାଲାକ୍ସି ଏମ୍୩୦ର ୪+୬୪ ଜିବି ମଡେଲ୍ର ମୂଲ୍ୟ ୧୪,୯୯୦ ଟଙ୍କା ରହିଥିବା ବେଳେ ୬+୧୨୮ ଜିବିର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି । ଏହା ମାର୍ଚ ୫ରୁ ଆମାଜନ ଡଟ ଇନ୍ ଏବଂ ସାମସଙ୍ଗ ଡଟ୍ କମ୍ରେ ଉପଲବ୍ଧ ହେବ ।

ସମ୍ବନ୍ଧିତ ଖବର