ଭାରତୀୟ ବଜାରରେ ସାମସଙ୍ଗ ଗାଲାକ୍ସି ଅନ-୍‌୬ ସ୍ମାର୍ଟଫୋନ, କେବଳ ଫ୍ଲିପକାର୍ଟରେ ମିଳିବ

ନୂଆଦିଲ୍ଲୀ : ସାମସଙ୍ଗ ପକ୍ଷରୁ ନୂଆ ଗାଲାକ୍ସି ଅନ୍‌୬ ବଜାର ପ୍ରବେଶ କରାଯାଇଛି । ଏହି ଉତ୍ପାଦ କେବଳ ଅନ୍‌ଲାଇନରେ ଫ୍ଲିପକାର୍ଟ ଜରିଆରେ ଗ୍ରାହକ ପାଇପାରିବେ । ଏହାର ମୂଲ୍ୟ ୧୪,୯୯୦ ଟଙ୍କା ରହିଛି ।

ଗାଲାକ୍ସି ଅନ୍‌୬ର ଇନଫିନିଟି ଗଠନ ଶୈଳୀ ଯୋଗୁଁ ଏଥିରେ ଗ୍ରାହକ ୧୫% ଅଧିକ ଡ଼ିସପ୍ଲେ ଅଞ୍ଚଳ ପାଇପାରିବେ । ଏଥିପାଇଁ ସ୍କ୍ରିନ୍‌ ବଡ଼ କରିବାକୁ ପଡ଼ିବ ନାହିଁ । ଡ଼ିସପ୍ଲେରେ ଏହି ପରିବର୍ତ୍ତନ ଯୋଗୁଁ ଗ୍ରାହକ ୧୮.୫:୯ ଅନୁପାତ ପାଇପାରିବେ । ଫଳରେ ଡ଼ିସପ୍ଲେରେ ସଂପୂର୍ଣ୍ଣ ତଥା ଅଧିକ ଦୃଶ୍ୟ ଦେଖାଯାଇପାରିବ । ଏଥିରେ ସାମସଙ୍ଗ ସୁପର ଆମୋଲେଡ଼ ଡ଼ିସପ୍ଲେ ପ୍ରଯୁକ୍ତି ରହିଛି । ଫଳରେ ଦୃଶ୍ୟାବଳୀ ସ୍ପଷ୍ଟ ଦେଖାଯାଇଥାଏ । ଏଥିରେ ନୂଆ ଚାଟ ଓଭର ଭିଡ଼ିଓ ବ୍ୟବସ୍ଥା ରହିଛି । ଫଳରେ ଚାଟିଂ ସମୟରେ ଦେଖିବାରେ କୌଣସି ବାଧା ସୃଷ୍ଟି ହୁଏ ନାହିଁ । ଏଥିସହ ଏଥିରେ ମାଇଁ ଗାଲାକ୍ସି ଭିଡ଼ିଓ ମଧ୍ୟ ରହିଛି । ଏଥିରେ ଗ୍ରାହକ ଚଳଚ୍ଚିତ୍ର ଦେଖିପାରିବେ । ଗାଲାକ୍ସି ଅନ୍‌୬ରେ ୪ଜିବି ରାମ ଓ ୬୪ଜିବି ଇଣ୍ଟରନାଲ ଷ୍ଟୋରେଜ କ୍ଷମତା ରହିଛି । ମାଇକ୍ରୋଏସଡ଼ି କାର୍ଡ଼ ଜରିଆରେ ଏହି ପରିମାଣ ୨୫୬ ଜିବିକୁ ବୃଦ୍ଧି କରାଯାଇପାରିବ । ଫଳରେ ଅଧିକ ସଂଗୀତ, ଭିଡ଼ିଓ, ଚିତ୍ର ଓ ଆପ୍ଲିକେସନ ଗଚ୍ଛିତ କରାଯାଇପାରିବ । ଏହାର ସମ୍ମୁଖ ଭାଗରେ ୮ ମେଗାପିକ୍ସେଲ କ୍ୟାମେରା ଓ ପଛପାର୍ଶ୍ୱରେ ୧୩ ମେଗାପିକ୍ସେଲ କ୍ୟାମେରା ରହିଛି । ସାମସଙ୍ଗ ଇଣ୍ଡିଆ ଅନଲାଇନ ବ୍ୟବସାୟ ଉପସଭାପତି ସନ୍ଦୀପ ସିଂହ ଆରୋରା ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ସାମସଙ୍ଗ ସର୍ବଦା ଗ୍ରାହକଙ୍କୁ ନୂତନ ଓ ଉନ୍ନତ ଉତ୍ପାଦ ଯୋଗାଇବାକୁ ଚାହିଁଥାଏ । ଗାଲାକ୍ସି ଅନ୍‌6 ହାର୍ଡ଼ୱେର ଓ ସଫ୍ଟୱେର ଗ୍ରାହକଙ୍କ ପାଇଁ ବେଶ ଆକର୍ଷଣୀୟ ହୋଇପାରିବ ବୋଲି ସେ କହିଛନ୍ତି । ବରିଷ୍ଠ ନିର୍ଦ୍ଦେଶକ ଆୟାପାନ୍ନ ରାଜଗୋପାଳ କହିଛନ୍ତି ଯେ, ଗାଲାକ୍ସି ଅନ୍‌୬ରେ ସର୍ବୋତ୍ତମ ପ୍ରଯୁକ୍ତି ଯୋଗାଇ ଦିଆଯାଇଛି । ମଧ୍ୟମ କିସମ ସ୍କାର୍ଟଫୋନ କ୍ଷେତ୍ରରେ ଏହା ଗ୍ରାହକଙ୍କ ପାଇଁ ଉପଯୋଗୀ ହୋଇପାରିବ । ଏହା କଳା ଓ ନୀଳ ରଙ୍ଗରେ ଉପଲବ୍‌ଧ ।

ସମ୍ବନ୍ଧିତ ଖବର