ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ସାମସଙ୍ଗ ମଲ୍ ସୁବିଧା ଥିବା ଗାଲାକ୍ସି ଅନ-୭ ପ୍ରାଇମ୍କୁ ଉନ୍ମୋଚିତ କରାଯାଇଛି । ସାମସଙ୍ଗ ମଲ୍ ହେଉଛି ଏକ ବୈପ୍ଳବିକ ଉପାୟ ଯାହା ଜରିଆରେ ନିଜ ସ୍ମାର୍ଟଫୋନ୍ରେ ଆପଣଙ୍କୁ ଭଲ ଲାଗୁଥିବା ଯେକୌଣସି ଉତ୍ପାଦର ଫଟୋ ଉଠାଇ, ଅପଲୋଡ କରି ଶ୍ରେଷ୍ଠ ଅନଲାଇନ୍ ଡିଲ୍ ପାଇପାରିବେ ।
ଏଥିରେ ରହିଛି ୫.୫ ଇଞ୍ଚ୍ ସ୍କ୍ରିନ୍ ଏବଂ ୨.୫ ଡି ଗୋରିଲା ଗ୍ଲାସ୍ । ଯୁବପିଢ଼ିଙ୍କ ପାଇଁ ଏହି ସ୍ମାର୍ଟଫୋନ୍ ବହୁତ ଉପଯୋଗୀ କାରଣ ଏଥିରେ ରହିଛି ୧୩ ଏମ୍ପି ପଛ କ୍ୟାମେରା ସହିତ ଏଲଇଡି ଫ୍ଲାସ୍ ଯାହା ସ୍ପଷ୍ଟ ଚିତ୍ର ଉଠାଇବାରେ ସହାୟକ ହୋଇଥାଏ । ଏଥିରେ ୧୩ ଏମ୍ପି ସେଲ୍ଫି କ୍ୟାମେରା ମଧ୍ୟ ରହିଛି। ଏଥିରେ ରହିଛି ୧.୬ ଇଜିନସ ଅକ୍ଟା-କୋର ପ୍ରୋସେସର- ୪ ଜିବି ରାମ୍ ୬୪ ଜିବି ଷ୍ଟୋରେଜ୍ ଏବଂ ଅନ୍ୟଟିରେ ୩ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ । ଉଭୟ ମଡେଲ୍ ଏସ୍ଡି କାର୍ଡ ଭାରିଆଣ୍ଟର ଉପଲବ୍ଧ ହେଉଛି ଯାହାର ଷ୍ଟୋରେଜ୍ କ୍ଷମତା ୨୫୬ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ।
ସାମସଙ୍ଗ ମଲ୍ ପାଇଁ ସାମସଙ୍ଗ ପକ୍ଷରୁ ଆମାଜନ୍, ଜବଙ୍ଗ, ସପକ୍ଲୁଜ୍ ଏବଂ ଟାଟା କ୍ଲିକ୍ ସହିତ ବୁଝାମଣା କରାଯାଇଛି। ଗାଲାକ୍ସି ଅନ୭ ପ୍ରାଇମ୍ର ୪ ଜିବି ରାମ/୬୪ ଜିବି ଷ୍ଟୋରେଜ୍ ମଡେଲ୍ର ମୂଲ୍ୟ ୧୪,୯୦୦ ଟଙ୍କା ରହିଥିବା ବେଳେ ୩ ଜିବି ରାମ୍/୩୨ ଜିବି ଷ୍ଟୋରେଜ୍ ମଡେଲ୍ର ମୂଲ୍ୟ ୧୨,୯୦୦ ଟଙ୍କା ରହିଛି। ଗ୍ରାଫାଇଟି ବ୍ଲାକ୍ ଏବଂ ସାମ୍ପେନ୍ ଗୋଲ୍ଡ ରଙ୍ଗରେ ତାହା ଉପଲବ୍ଧ ହେଉଛି। ଜିଓ ଗ୍ରାହକମାନେ ଏହା ଉପରେ ଆକର୍ଷଣୀୟ ଅଫର୍ ପାଇପାରିବେ।