ସାମସଙ୍ଗ୍‌ ଆଣିଲା ‘ଗାଲାକ୍ସି ଅନ ଏନଏକ୍ସଟି ୧୬ ଜିବି’

ନୂଆବର୍ଷରେ ସାମସଙ୍ଗ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରାଯାଇଛି । ଏହାର ନାଁ ହେଉଛି ସାମସଙ୍ଗ ଗାଲାକ୍ସି ଅନଏନଏକ୍ସଟ୍‌ ୧୬ ଜିବି । ଏହା ହେଉଛି ସାମସଙ୍ଗ ଗାଲାକ୍ସି ଅନ ଏନଏକ୍ସଟିର ଏକ କମ ଷ୍ଟୋରେଜ୍‌ ଭାରିଆଣ୍ଟ । ଆସନ୍ତା ୩ ତାରିଖରୁ ଏହି ସ୍ମାର୍ଟଫୋନଟି ଫ୍ଲିପକାର୍ଟରେ ଉପଲବ୍ଧ ହେବ । ଏହି ଦିନହିଁ ଫ୍ଲିପକାର୍ଟର ୨୦୧୮ ମୋବାଇଲ ବୋନାଞ୍ଜା ଆରମ୍ଭ ହେବ । ଏହି ସେଲ ସମୟରେ ଏହି ନୂଆ ସାମସଙ୍ଗ ଫୋନଟି ୯,୯୯୯ ଟଙ୍କାରେ ଉପଲବ୍ଧ ହେବ ।

ସାମସଙ୍ଗ ଗାଲାକ୍ସି ଅନଏନଏକ୍ସଟି ୧୬ ଜିବିର ଫିଚର ଗୁଡ଼ିକ ସାମସଙ୍ଗ ଗାଲାକ୍ସି ଅନ ଏନଏକ୍ସଟି ସହିତ ପ୍ରାୟ ସମାନ । କେବଳ ଷ୍ଟୋରେଜ୍‌ ସ୍ପେଶ କମ ରହିଛି । ସାମସଙ୍ଗ ଗାଲାକ୍ସି ଅନ ଏନଏକ୍ସଟି ଫୋନଟି କମ୍ପାନି ଗତ ୨୦୧୬ ଅକ୍ଟୋବର ମାସରେ ଲଞ୍ଚ ହୋଇଥିଲା । ଏହାର ମୂଲ୍ୟ ଏବେ ୧୮,୪୯୦ ଟଙ୍କା ରହିଛି । ଏହାର ଟିଏଫଟି ଡିସପ୍ଲେ ପ୍ୟାନେଟି ୫.୫ ଇଞ୍ଚ ବିଶିଷ୍ଟ । ଏଥିରେ ଏକ ୧୩ ଏମପି ରିଅର କ୍ୟାମେରା ଓ ଫ୍ଲାସ ରହିଛି । ଏହାର ଫ୍ରଣ୍ଟ କ୍ୟାମେରାଟି ୮ ଏମପି ବିଶିଷ୍ଟ । ଏହା ଆଣ୍ଡ୍ରଏଡ୍‌ ୬.୦ ଦ୍ୱାରା ପରିଚାଳିତ ।

ସମ୍ବନ୍ଧିତ ଖବର