ଭାରତୀୟ ବଜାରରେ ନୂଆ ସାମସଙ୍ଗ୍‌ ଗାଲାକ୍ସି ଟ୍ୟାବ୍‌ ଏସ୍‌୪ , ମୂଲ୍ୟ ୫୭,୯୦୦ ଟଙ୍କା

ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଗାଲାକ୍ସି ଟ୍ୟାବ୍‌ ଏକ୍ସ୪ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି। ଏହା ହେଉଛି ଏକ ୨ ଇନ୍‌ ୧ ଟାବ୍‌ଲେଟ୍‌ ଯେଉଁଥିରେ ସାମସଙ୍ଗ ଡେକ୍ସ ଓ ଏସ୍‌ ପେନ୍‌ ରହିଛି ଯାହା ଏହାକୁ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଦରକାର କରୁଥିବା ଲୋକଙ୍କ ପାଇଁ ଉପଯୁକ୍ତ ଟାବଲେଟ୍‌ରେ ପରିଣତ କରିପାରିଛି। ନୂଆ ଏସ୍‌ ପେନ୍‌ ଓ ସାମସଙ୍ଗ୍‌ ଡେକ୍ସ ସହ ଆସିଥିବା ଗାଲାକ୍ସି ଟ୍ୟାବ୍‌ ଏସ୪ରେ ଶୀଘ୍ର ଓ ସ୍ମାର୍ଟ ଭାବେ କାମ କରିହେବ। ଏହାର ଡିଜାଇନ୍‌ ବେଶ ଆଧୁନିକ ହୋଇଥିବା ବେଳେ ଡିସ୍‌ପ୍ଲେ ଆକର୍ଷଣୀୟ ହୋଇଛି ଓ ଏଥିରେ ଚାରିଟି ସ୍ପିକର୍‌ ଓ ଉନ୍ନତ ମାନର ମନୋରଂଜନ ବୈଶିଷ୍ଟ୍ୟ ରହିଛି। ସାମସଙ୍ଗ୍‌ ଡେକ୍ସ ଜରିଆରେ ଟାବଲେଟ୍‌କୁ ଏକ ପିସି ଭଳି ବ୍ୟବହାର କରିହେବ। ଏହା ସ୍କ୍ରିନ୍‌କୁ ଡୁଆଲ୍‌ ମୋଡ୍‌ରେ ପରିଣତ କରିପାରିବ । ଏଥିରେ ରହିଛି ଏଚ୍‌ଡିଏମ୍‌ଆଇ ଆଡାପ୍‌ଟର ଯାହା ଟାବଲେଟ୍‌ଟିକୁ ବଡ଼ ମନିଟର ସହିତ ସଂଯୋଗ କରିବାରେ ସହାୟକ ହେବ। ସେହିପରି ଏସ୍‌ ପେନ୍‌ ଜରିଆରେ ଗ୍ରାହକମାନେ ଅସଲି ହାତଲେଖା ଅନୁଭୂତି ପାଇପାରିବେ । ସାମସଙ୍ଗ୍‌ ଗାଲାକ୍ସି ଟ୍ୟାବ୍‌ ଏସ୪ରେ ୧୦.୫ ଇଞ୍ଚର ସୁପର ଆମୋଏଲ୍‌ଇଡି ଡିସ୍‌ପ୍ଲେ, ଉନ୍ନତ ପିକ୍‌ସେଲ୍‌ ଓ ଡଲ୍‌ବି ଆଟମସ୍‌ ସାଉଣ୍ଡ୍‌ ପ୍ରଯୁକ୍ତି ରହିଛି। ଏହାର ମୂଲ୍ୟ ୫୭,୯୦୦ ଟଙ୍କା ରହିଛି ଓ ଏହା ଅକ୍ଟୋବର ୧୮ ଠାରୁ ବିକ୍ରି ହେଲାଣି। କଳା ଓ ଗ୍ରେ ରଙ୍ଗରେ ଉପଲବ୍ଧ ହେଉଥିବା ଏହି ଟାବ୍‌ରେ ବିଭିନ୍ନ ବ୍ୟାଙ୍କର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଅଫର ଓ ଜିଓ ୪ଜି ଅଫର ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର