ସାମସଙ୍ଗ ବଜାରକୁ ଛାଡ଼ିଲା ୱେୟାରଲେସ ଇୟରବଡ ଆଇକନ୍‌-ଏକ୍ସ

ଗୁରୁଗ୍ରାମ : ଭାରତର ସର୍ବବୃହତ ତଥା ବିଶ୍ୱସନୀୟ ଇଲେକଟ୍ରୋନିକସ ଓ ମୋବାଇଲ ଫୋନ ବ୍ରାଣ୍ଡ ସାମସଙ୍ଗ ନୂଆ ଗିୟର ଆଇକନ୍‌ଏକ୍ସ ବଜାର ପ୍ରବେଶ କରାଇଛି । ଏହା ତାରବିହୀନ ଇୟରବଡ଼ । ଏହା ସମସ୍ୟାମୁକ୍ତ ସେବା ଯୋଗାଣ ଢ଼ାଞ୍ଚାରେ ପ୍ରସ୍ତୁତ କରାଯାଇଛି । ତ୍ରୁଟିଶୂନ୍ୟ ଭାବେ ଏହା ବ୍ୟବହାର କରାଯାଇପାରିବ । ଯାତ୍ରା ସମୟରେ ସଙ୍ଗୀତ ଶୁଣିବା ପାଇଁ ଏହା ବେଶ ଫଳପ୍ରଦ ଅଟେ । ଏହା କାନକୁ ଖାପ ଖାଇବା ଭଳି ଢ଼ାଞ୍ଚାରେ ପ୍ରସ୍ତୁତ କରାଯାଇଛି । କଷ୍ଟକର କାର୍ଯ୍ୟ ସମୟରେ ମଧ୍ୟ ଏହାକୁ ସୁବିଧାରେ ବ୍ୟବହାର କରାଯାଇପାରିବ । ଏହାର ବ୍ୟବହାର ମଧ୍ୟ ଆରାମଦାୟକ ଅଟେ । ସର୍ବଦା ବ୍ୟସ୍ତ ମଧ୍ୟରେ ରହୁଥିବା ଗ୍ରାହକଙ୍କ ପାଇଁ ଏହା ବେଶ ଉପଯୋଗୀ ଅଟେ ।

କାର୍ଯ୍ୟ ସମୟରେ ତାର ସମସ୍ୟାରୁ ଏଥିରୁ ମୁକ୍ତିି ମିଳିଥାଏ । ଗିୟର ଆଇକନ୍‌ଏକ୍ସରେ ବିକ୍ସିବାଏ ଭଏସ କମାଣ୍ଡ ରହିଛି ଯଦ୍ୱାରା ଏଥିରେ ସଙ୍ଗୀତ ଶ୍ରବଣ ବେଶ ଆନନ୍ଦଦାୟକ ହୋଇଥାଏ । ଏହି ହାଲୁକା ତଥା ଆରାମଦାୟକ ଇୟରବଡ଼ ଯେକୌଣସି ବ୍ୟକ୍ତି ବା ପେଶାଦାରଙ୍କ ପାଇଁ ପସନ୍ଦଯୋଗ୍ୟ ହୋଇପାରିବ ବୋଲି କହିଛନ୍ତି ସାମସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟର ଜେନେରାଲ ମ୍ୟାନେଜର ଆଦିତ୍ୟ ବବର । ଏଥିରେ କେତେକ ନୂଆ ଓ ସୁବିଧାଜନକ ବ୍ୟବସ୍ଥା ମଧ୍ୟ ସଂଯୋଗ କରାଯାଇଛି । ଆଇକନ୍‌ଏକ୍ସ ଗତକାଲିଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ରହିଛି ୧୩,୯୯୦ ଟଙ୍କା ।

ସମ୍ବନ୍ଧିତ ଖବର