ସାମସଙ୍ଗର ଏଏନସି ଇଅରଫୋନ, କୋଳାହଳରେ ବି ଶୁଣିପାରିବେ ସ୍ପଷ୍ଟ କଥା

ମୁମ୍ବାଇ : ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ଇଣ୍ଡିଆ ଲେଭଲ ଇନ୍‌ ଏଏନସି ଇଅରଫୋନ ବଜାରକୁ ଛାଡ଼ିଛି । ଏଥିରେ ଏକ ସକ୍ରିୟ ସାଉଣ୍ଡ ଫିଲଟର୍‌ ବ୍ୟବସ୍ଥା ରହଛି, ଯାହା ଫଳରେ କୋଳାହଳମୟ ପରିବେଶରେ ଥାଇ ମଧ୍ୟ ଆପଣ ସ୍ପଷ୍ଟ ତଥା ମଧୁର ସଂଗୀତ ଶୁଣିପାରିବ ବା କଥା ହୋଇପାରିବେ ।

ଏହି ଇଅରଫୋନଟି କ୍ଷୁଦ୍ର ତଥା କମନୀୟ । ଏହାର ବାହ୍ୟ ଆବରଣ ଧାତବ ରଙ୍ଗର ହୋଇଥିବାବେଳେ ଏହାର ସଙ୍ଗୀତ  ଧ୍ୱନୀ ଚମତ୍କାର । ଦୁଇ ତରଫା ସ୍ପିକର ବ୍ୟବସ୍ଥା ସହ ଶକ୍ତିଶାଳୀ ଏଏନସି ପ୍ରଯୁକ୍ତି ଯୋଗୁଁ ଲେଭଲ ଇନ୍‌ ଏଏନସି ଇଅରଫୋନ ଗ୍ରାହକଙ୍କୁ ଯଥାଯଥ ସଙ୍ଗୀତର ଆନନ୍ଦ ପ୍ରଦାନ କରିପାରିବ । ଅଯଥା ଶବ୍ଦ ଶୁଣିବା ଅପେକ୍ଷା ଲେଭଲ ଇନ୍‌ ଏଏନସି ଏହାର ବାହ୍ୟ ମାଇକ୍ରୋଫୋନ ଜରିଆରେ ବାହ୍ୟ ଶବ୍ଦ ଗ୍ରହଣ କରି ଏହାକୁ ବିଶ୍ଲେଷଣ କରିଥାଏ ।  ଏହାପରେ ଅନାବଶ୍ୟକ ଶବ୍ଦକୁ ଏହା ବାତିଲ କରିଥାଏ । ଫଳରେ ଗ୍ରାହକ କେବଳ ଆବଶ୍ୟକ ଶ୍ରୁତିମଧୁର ଶବ୍ଦ ଶ୍ରବଣ କରିଥାଏ । ଏହା ବାହ୍ୟ ୨୦ଡ଼ିବି ଶବ୍ଦକୁ ବାତିଲ କରିଥାଏ ।ଏ ହା ଟକିଂ ମୋଡ୍‌ ବ୍ୟବସ୍ଥା ସହ ଉପଲବ୍ଧ ।

ଏହି ଡିଭାଇସ୍‌ ସଂପର୍କରେ ସାମସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟର ଉପସଭାପତି ଅସୀମ ୱାରସି କହିଛନ୍ତି ଯେ  ମୋବାଇଲ ମନୋରଂଜନ କ୍ଷେତ୍ରରେ ଲେଭଲ ଇନ୍‌ ଏଏନସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଏହା ସୌନ୍ଦର୍ଯ୍ୟବୋଧ ଓ ପ୍ରଯୁକ୍ତି ସମିଶ୍ରଣର ଏକ ନୂତନ ସମାହାର । ଲେଭଲ ଇନ୍‌ ଏଏନସି ୧୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରିବ । ଧଳା ଓ କଳା ରଙ୍ଗର ଏହିଇଅରଫୋନର ମୂଲ୍ୟ ୩୭୯୯ ଟଙ୍କା ରଖାଯାଇଛି ।  କୋଳାହଳମୟ ଅଂଚଳକୁ ଯାତ୍ରା କରୁଥିବା ଜନସାଧାରଣଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ ।

ଏହି ସାମସଙ୍ଗ ଏଏନସି ଇଅରଫୋନର ଆଉ ଏକ ବିଶେଷତା ହେଲା, ଏହା ଏକ ରିମୋଟ କଣ୍ଟ୍ରୋଲ ସହ ଆସୁଛି,ଯଦ୍ୱାରା କଲ ରିସିଭ କରିହେବ, ଭଲ୍ୟୁମ ଆଡଜଷ୍ଟ କରିହେବ, ଅଡିଓ ଟ୍ରାକ୍‌ ପ୍ଲେ, ଫରଓ୍ଵାର୍ଡ କରିହେବ । ଏହାର ବ୍ୟାଟେରୀକୁ ଥରେ ଚାର୍ଜ କଲେ ପ୍ରାୟ ୧୦ ଘଣ୍ଟା ଯିବ ବୋଲି କମ୍ପାନି ଦାବି କରିଛି ।

 

 

 

ସମ୍ବନ୍ଧିତ ଖବର