ସାମସଙ୍ଗ୍‌ ଆଣିଲା ୩ ଲକ୍ଷ ଟଙ୍କିଆ ଫ୍ରିଜ୍‌

ନୂଆଦିଲ୍ଲୀ: ସାମସଙ୍ଗ ପକ୍ଷରୁ ଭାରତ ବଜାରରେ ନୂଆ ସ୍ମାର୍ଟ ଫ୍ରିଜ୍‌ର ବଜାର ପ୍ରବେଶ କରାଯାଇଛି। ଏହା କେବଳ ପନିପରିବା ଓ ଖାଦ୍ୟସାମଗ୍ରୀ ରଖିବା ଭଳି ଏକ ସାଧାରଣ ଫ୍ରିଜ୍‌ ନୁହେଁ ବରଂ ଅତ୍ୟାଧୁନିକ ପ୍ରଯୁକ୍ତିରେ ଏହି ସ୍ମାର୍ଟ ଫ୍ରିଜ୍‌ ପ୍ରସ୍ତୁତ ହୋଇଛି। ଏଥିରେ କ୍ୟାମେରା, ସ୍ପିକର୍‌, ୨୧ ଇଞ୍ଚ୍‌ର ଟଚ୍‌ ଡିସ୍‌ପ୍ଲେ ରହିଛି। ଦାମ୍‌ ପ୍ରାୟ ୩ ଲକ୍ଷ (୨ ଲକ୍ଷ ୮୦ ହଜାର)ଟଙ୍କା ରହିଛି। ଏଥିରେ ଥିବା ଫ୍ୟାମିଲି ହବ୍‌ ସ୍କି୍ରିନ୍‌ ସହାୟତାରେ ଜଣେ ବ୍ୟକ୍ତି ତାଙ୍କ ଫ୍ରିଜ୍‌କୁ ଓ୍ଵାସିଂ ମେସିନ୍‌ ଏବଂ ସ୍ମାର୍ଟଫୋନ୍‌ ଭଳି ଉପକରଣ ସହିତ ସଂଯୋଗ ସ୍ଥାପନ କରିପାରିବେ। ଫ୍ରିଜ୍‌ ଭିତରେ ଥିବା କ୍ୟାମେରା ଯୋଗୁ ଜଣେ ବ୍ୟକ୍ତି ଦୂରରେ ଥାଇ ମଧ୍ୟ ଏହା ଭିତରେ ଥିବା ଜିନିଷ ସମ୍ପର୍କରେ ଜାଣିପାରିବ। ଫ୍ରିଜ୍‌ରେ ରହିଥିବା ବିକ୍ସବି ଫିଚର ( ଡିଜିଟାଲ ଆସିଷ୍ଟାଣ୍ଟ), ଫ୍ୟାମିଲି ହବ୍‌ ପରିବାର ଲୋକଙ୍କ ସ୍ୱରକୁ ଚିହ୍ନି ପାରିବ ଏବଂ ପସନ୍ଦ ମୁତାବକ ବିଭିନ୍ନ ପ୍ରକାର ସୂଚନା ବି ପ୍ରଦାନ କରିପାରିବ। ବ୍ୟବହାରକାରୀ ଯଦି ପଚାରିବ ହାଇ ବିକ୍ସି, ଆଜିର ନୂଆ ଖବର କଣ? ଏହି ଫିଚରଟି ସେହିଦିନର ନୂଆ ଖବର, ପାଣିପାଗ, ତାରିଖ ଓ ବାର ଆଦି ସମ୍ପର୍କରେ ସୂଚନା ଦେବ।

ସମ୍ବନ୍ଧିତ ଖବର