ସାମ୍ସଙ୍ଗ ଫୋନ ବ୍ୟବହାରକାରୀ ହୋଇଯାନ୍ତୁ ସାବଧାନ, ଆସୁଥିବା ଭାଇରସ ଆପଣଙ୍କ ଫଟୋ ଆଉ କାହାକୁ ପଠାଇପାରେ!
ନୂଆଦିଲ୍ଲୀ: ଯଦି ଆପଣ ସାମ୍ସଙ୍ଗ କମ୍ପାନିର ଫୋନ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏ ଖବର ବିଷୟରେ ଜାଣିବା ନିହାତି ଆବଶ୍ୟକ । ସାମ୍ସଙ୍ଗ ଫୋନକୁ ଏକ ଭାଇରସ ଆକ୍ରମଣ କରିଛି । ଯାହା ଆପଣଙ୍କ ଅଜାଣତରେ ଆପଣଙ୍କ ଫଟୋକୁ ଅନ୍ୟକୁ ପଠାଉଛି । କିଛି ବ୍ୟବହାରକାରୀ ଏବେ ଏ ନେଇ ଅଭିଯୋଗ ଆଣିଥିବା ଜଣା ପଡ଼ିଛି । କମ୍ପାନିର ମେସେଜିଙ୍ଗ ଆପ୍ ଫୋନରେ ଥିବା କଣ୍ଟାକ୍ଟ ଲିଷ୍ଟର କିଛି ନମ୍ବରକୁ ଆପେ ଆପେ ଫଟୋ ପଠାଉଛି । ବ୍ୟବହାରକାରୀଙ୍କ ଅଜଣାତରେ ସେମାନଙ୍କ ବ୍ୟକ୍ତିଗତ ଫଟୋ ଅନ୍ୟ ପାଖକୁ ଆପେ ଆପେ ଚାଲି ଯାଉଛି । ଏ ନେଇ ବିଭିନ୍ନ ବ୍ୟବହାରକାରୀମାନେ ଅଭିଯୋଗ ଆଣିବା ପରେ କମ୍ପାନି ଏହି ଅଭିଯୋଗକୁ ସ୍ୱୀକାର କରିବା ସହ ସାମ୍ସଙ୍ଗର ଷ୍ଟକ୍ ଟେକ୍ସଟ୍ ମେସେଜିଙ୍ଗ ଆପ୍କୁ ଭାଇରସ୍ ଆକ୍ରମଣ କରିଥିବା ସ୍ପଷ୍ଟ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟବହାରକାରୀଙ୍କ କହିବା ଅନୁଯାୟୀ ସେମାନେ ଫୋନରେ ଟି-ମୋବାଇଲ ଆପ୍ ଡ଼ାଉନ୍ଲୋଡ଼ କରିବା ପରେ ଏହି ସମସ୍ୟା ଆରମ୍ଭ ହୋଇଥିଲା । ଏବଂ ଟି-ମୋବାଇଲ ଆପ୍କୁ ଫୋନରୁ ହଟାଇବା ପରେ ଏହି ସମସ୍ୟା ହେବା ବନ୍ଦ ହୋଇଥିଲା । ଅନ୍ୟ ପକ୍ଷରେ ଏହି ସମସ୍ୟାର ସମାଧାନ ପାଇଁ କମ୍ପାନିର ଟେକ୍ନିକାଲ ଟିମ୍ କାମ କରିବା ଆରମ୍ଭ କରିଛି । ଏହି ସମସ୍ୟା ଗ୍ୟାଲେକ୍ସି ନୋଟ୍-୮, ଗ୍ୟାଲେକ୍ସି-୮, ଗ୍ୟାଲେକ୍ସି-ଏସ୍୮ ସେଟ୍ରେ ଦେଖା ଦେଉଛି ବୋଲି କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି ।