ସାମସଙ୍ଗ ଘୋଷଣା କଲା ଅଫର: ଟିଭି କିଣିଲେ ମିଳିବ ଦୁଇଟି ମୋବାଇଲ ଫୋନ

ନୂଆଦିଲ୍ଲୀ: ସାମସଙ୍ଗ ନିକଟରେ ୨୦୨୦ କ୍ୟୁଏଲଇଡ଼ି ୮କେ ଟିଭି ସିରିଜ୍ ଘୋଷଣା କରିଥିଲା | ସାମସଙ୍ଗର କ୍ୟୁଏଲଇଡ଼ି ୮କେ ଟିଭିର ମୂଲ୍ୟ ୪.୯୯ ଲକ୍ଷ ଟଙ୍କା ଥିବାବେଳେ ନିଜର ବିକ୍ରି ବଢାଇବାକୁ ଏବେ ଏହି କମ୍ପାନୀ ଆକର୍ଷଣୀୟ ଅଫର ଘୋଷଣା କରିଛି | ଗ୍ରାହକମାନେ ସାମସଙ୍ଗର ଏହି ସ୍ମାର୍ଟ ଟିଭି କ୍ରୟ କରି ୨ଟି ସାମସଙ୍ଗ ଗାଲାକ୍ସି ଏସ୨୦+(୭୭ ହଜାର ଟଙ୍କା ମୂଲ୍ୟର) ମାଗଣା ଫୋନ ପାଇବେ ବୋଲି ଘୋଷଣା କରିଛି |


କେବଳ ଏତିକି ନୁହେଁ, କମ୍ପାନୀ ଗ୍ରାହକମାନଙ୍କୁ ୧୫୦୦୦ ଟଙ୍କା କ୍ୟାସବ୍ୟାକ୍ ମଧ୍ୟ ଦେବ ବୋଲି ଘୋଷଣା କରିଛି | କମ୍ପାନୀ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହାର ସୂଚନା ଦେଇଛି। ସାମସଙ୍ଗର ଏହି ଟିଭି ରେଞ୍ଜ ପାଇଁ ପ୍ରି-ବୁକିଂ ଜୁଲାଇ ୧ ରୁ ଆରମ୍ଭ ହୋଇଛି। ଆପଣ ଏହି ସ୍ମାର୍ଟ ଟିଭିକୁ ୧୦ ଜୁଲାଇ ପର୍ଯ୍ୟନ୍ତ ବୁକ୍ କରିପାରିବେ |

ସମ୍ବନ୍ଧିତ ଖବର