ବାଙ୍ଗାଲୋରରେ ସାମସଙ୍ଗ ଖୋଲିଲା ବିଶ୍ୱର ବୃହତ୍ତମ ମୋବାଇଲ ଏକ୍ସପେରିଏନ୍ସ ସେଣ୍ଟର

ବାଙ୍ଗାଲୁରୁ : ସାମସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଭାରତ ପ୍ରଯୁକ୍ତି ରାଜଧାନୀ ବେଙ୍ଗାଲୁରୁରେ ବିଶ୍ୱର ସର୍ବବୃହତ ମୋବାଇଲ୍‌ ଏକ୍ସପେରିଏନ୍ସ ସେଣ୍ଟର ଖୋଲାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ବ୍ରିଗେଡ୍‌ ରୋଡ୍‌ଠାରେ ଥିବା ଆଇକନିକ୍‌ ଅପେରା ହାଉସ୍‌ରେ ରହିବ କଂପାନିର ସର୍ବବୃହତ ମୋବାଇଲ୍‌ ଏକ୍ସପେରିଏନ୍ସ ସେଣ୍ଟର୍‌ ଯାହାକୁ ଆକର୍ଷଣୀୟ ସ୍ଥାପତ୍ୟ ଜରିଆରେ ମରାମତି ଓ ପୁନରୁଦ୍ଧାର କରାଯାଇଛି। ସାମସଙ୍ଗ୍‌ ଅପେରା ହାଉସ୍‌ ଲୋକମାନଙ୍କୁ ପ୍ରଯୁକ୍ତି, ଜୀବନଶୈଳୀ ଓ ନୂତନ୍ଵର ମିଶ୍ରଣ ବିଶିଷ୍ଟ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିବ। ଦେଶରେ ପ୍ରଥମ ଧରଣର ସାମସଙ୍ଗ ଅପେରା ହାଉସ୍‌ରେ ସାମସଙ୍ଗ୍‌ର ଦର୍ଶନ ‘ଡିସ୍‌କଭର୍‌ ଟୁମରୋ ଟୁଡେ’ ଅନୁଯାୟୀ ବିବିଧ ଉତ୍ପାଦ ଅନୁଭୂତି ପ୍ରଦର୍ଶିତ କରାଯିବ। ଏହି ଅନୁଭୂତି ପରବର୍ତ୍ତନକାର ପ୍ରଯୁକ୍ତି ଯଥା ଭର୍ଚୁଆଲ୍‌ ରିଅଲିଟି (ଭିଆର), ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଓ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ (ଆଇଓଟି), ଯେଉଁଥିରେ ସାମସଙ୍ଗ୍‌ ବିଶ୍ୱ ସ୍ତରରେ ଅଗ୍ରଦୂତ ତାହା ଉପରେ ପର୍ଯ୍ୟବେସିତ ରହିବ। ଆକର୍ଷଣୀୟ ପ୍ରଯୁକ୍ତି ଭିତ୍ତିକ ଅନୁଭୂତି ଓ ମନୋରଞ୍ଜନ ଚାହୁଁଥିବା ସହରର ନୂତନ ପିଢ଼ିର ଗ୍ରାହକଙ୍କ ପାଇଁ ସାମସଙ୍ଗ୍‌ ଅପେରା ହାଉସ୍‌ ହେବ ନିଶ୍ଚିତ କିଛି କରିବାର ସ୍ଥାନ। ସେଠାରେ ଲୋକମାନେ ଭିଆର୍‌ ଅନୁଭୂତି ଯଥା ୪ଡି ସ୍ୱେ ଚେୟାର କିମ୍ବା ହିପ୍ଲାସ୍‌ ୪ଡି ଚେୟାର ପାଇପାରିବେ ଯାହା ୩୬୦ ଡିଗ୍ରୀ ଥ୍ରି-ଡାଇମେନ୍‌ସନାଲ୍‌ ଭାବେ ଘୂର୍ଣ୍ଣାୟମାନ ହେବ। ଯେକେହି ଯୁଦ୍ଧ ବିମାନର ପାଇଲଟ୍‌ ଭଳମିକାରେ ଅବତୀର୍ଣ୍ଣ ହୋଇ ଜଟିଳ ବିମାନ ଷ୍ଟଣ୍ଟ କରିପାରିବେ କିମ୍ବା ମହାକାଶ ଲଢ଼େଇ ଓ ରୋଲର୍‌ କୋଷ୍ଟର୍‌ ରାଇଡ୍‌ର ଅନୁଭୂତି ନେଇପାରିବେ। ଯେଉଁମାନେ କାୟାକିଙ୍ଗ୍‌ ଓ ରୋଇଙ୍ଗ୍‌ର ଅନୁଭୂତି ନେବାକୁ ଚାହୁଛନ୍ତି, ସେମାନଙ୍କ ପାଇଁ ଅଭୁଲା ଭିଆର୍‌ ଅନୁଭୂତି ଅପେକ୍ଷା କରିରହିଛି। ଫିଟ୍‌ନେସ୍‌ ପ୍ରେମୀମାନେ ୟୁରୋପର ଆକର୍ଷଣୀୟ ସ୍ଥାନକୁ ନେଇ ପାର୍ଶ୍ୱରେ ବନ୍ଧୁଙ୍କ ସହିତ ସାଇକେଲ୍‌ ଚାଳନାର ଅନୁଭୂତି ପାଇପାରିବେ । ନିଜ ପରିବାର ସହିତ ସିନେମା କିମ୍ବା ସୋ’ ଦେଖିବା ପାଇଁ ଗ୍ରାହକମାନେ ଏହି ସେଂଟର୍‌ରେ ଥିବା ହୋମ୍‌ ଥିଏଟର୍‌ ଜୋନ୍‌କୁ ପ୍ରାକ୍‌-ବୁକ୍‌ କରିପାରିବେ।

ସମ୍ବନ୍ଧିତ ଖବର