ଭୁବନେଶ୍ୱର : ଲୋକପ୍ରିୟ ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ଭାରତୀୟ ବଜାରରେ ଗାଲାକ୍ସି ଟାବ୍ ଏ ୭.୦କୁ ଲଞ୍ଚ୍ କରାଯାଇଛି। ସାମସଙ୍ଗ ତରଫରୁ ମିଳୁଥିବା ଏହା ହେଉଛି ସବୁଠୁ ସୁଲଭ ୪ଜି ଟାବ୍ଲେଟ୍। ଏହାର ସୁନ୍ଦର ଡିଜାଇନ୍, ସୁପରିୟର ଡିସ୍ପ୍ଲେ ଏବଂ ଶକ୍ତିଶାଳୀ ବ୍ୟାଟେରି ଟାବଲେଟ୍ର ପ୍ରଦର୍ଶନକୁ ବଢ଼ାଇ ଦେଉଛି। ଏହାକୁ ଗୋଟିଏ ହାତରେ ଅତି ସହଜରେ ଧରି ହେବ ଏବଂ ଯେକୌଣସି ସମୟରେ ଯେକୌଣସି ସ୍ଥାନକୁ ନେଇହେବ। ଏଥିରେ ରହିଛି ସୁପରିୟର ଏଚ୍ଡି ଡିସ୍ପେ ୪୦୦୦ ଏମ୍ଏଏଚ୍ର ଶକ୍ତିଶାଳୀ ବ୍ୟାଟେରି ଯାହା ଜରିଆରେ ୯ ଘଣ୍ଟା ପର୍ଯ୍ୟନ୍ତ ଭିିଡିଓ ପ୍ଲେବ୍ୟାକ୍ କରାଯାଇପାରିବ । ଏହାର ମେମୋରିକୁ ମାଇକ୍ରୋ ଏସ୍ଡି କାର୍ଡ ମାଧ୍ୟମରେ ୨୦୦ ଜିବି ପର୍ଯ୍ୟନ୍ତ ବଢ଼ାଇ ହେବ ।
/sambad/media/post_attachments/wp-content/uploads/2018/01/samsung-perspactive_Black-300x200.jpg)
ଏଥିରେ ରହିଛି ୧.୫ ଗିଗାହର୍ଚ କ୍ୱାଡ୍କୋର୍ ପ୍ରୋସେସର, ୧.୫ ଜିବି ରାମ, ୮ ଜିବି ଇଣ୍ଟରନାଲ୍ ମୋମୋରି, ପଛରେ ୫ ଏମ୍ପି ଏବଂ ସାମ୍ନାରେ ୨ ଏମ୍ପି କ୍ୟାମେରା ଏବଂ ଏହାର ମୂଲ୍ୟ ହେଉଛି ୯୫୦୦ ଟଙ୍କା। ଏହା ଖୁଚୁରା ଦୋକାନ ଏବଂ ଆମାଜନ୍ରେ ଉପଲବ୍ଧ ହେଉଛି।
ଏହାର ଆଉ ଏକ ଆକର୍ଷଣୀୟ ଦିଗ ହେଉଛି ଯେ ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏହା ଉପରେ ୨୦୦୦ ଟଙ୍କାର କ୍ୟାସ୍ବ୍ୟାକ୍ ମିଳୁଛି। ୨୯୯ ଟଙ୍କାର ଜିଓ ପ୍ଲାନ ରିଚାର୍ଜ କଲେ ଏହି କ୍ୟାସବାକ୍ ମିଳିବ । ୟୁଜର ୧୨ ମାସ ପରେ ୮୦୦ ଟଙ୍କା ଓ ୨୪ ମାସ ପରେ ଅବଶିଷ୍ଟ ୧୨୦୦ ଟଙ୍କା ଫେରସ୍ତ ପାଇପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Dynamic_White.jpg)