ସାମସଙ୍ଗ୍‌ର ସ୍ବତନ୍ତ୍ର ଷ୍ଟୋର୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ଫ୍ରାଞ୍ଚାଇଜି ପାଟର୍ନର୍‌ ଫଚୁର୍ନେଟ୍ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ସାମସଙ୍ଗ୍‌ର ଏକ ସ୍ବତନ୍ତ୍ର ଷ୍ଟୋର୍‌ ସହିଦନଗରରେ ଉଦ୍‌ଘାଟିତ ହୋଇଛି। ଏହାକୁ କଂପାନିର ଏସ୍‌ପିଡି ପପୁ ହଂସ ଓ ଜୋନାଲ୍‌ ବିକ୍ରି ପ୍ରବନ୍ଧକ ଆଶୁତୋଷ ଶର୍ମା ଉଦ୍‌ଘାଟନ କରିଛନ୍ତି। ପାଞ୍ଚ ଶହରୁ ଅଧିକ ବର୍ଗଫୁଟରେ ସ୍ଥାପନ କରାଯାଇଥିବା ଏହି ଷ୍ଟୋର୍‌ରେ ସାମସଙ୍ଗ୍‌ର ସମସ୍ତ ପ୍ରକାର ମୋବାଇଲ୍ ଓ ଆକ୍‌ସେସୋରିଜ୍ ବିକ୍ରି ହେଉଛି। ପୂଜାକୁ ଦୃଷ୍ଟିରେ ରଖି ସାମସଙ୍ଗ୍‌ ପକ୍ଷରୁ ‘ପୂଜାର ମଜା’ ନାମକ ସ୍ବତନ୍ତ୍ର ଅଫର ଘୋଷଣା କରାଯାଇଛି। ଏହି ଅଫରରେ ଲକି ଡ୍ର’ ଜରିଆରେ ଗ୍ରାହକମାନେ କାର୍‌, ବୁଲେଟ୍‌, ‌ସାମସଙ୍ଗ୍‌ ନୋଟ୍‌ ୪ ଓ ଜେ୪ ଭଳି ପୁରସ୍କାର ଜିତିବାର ସୁଯୋଗ ପାଇବେ। ଚଳିତ ମାସ ୨୭ରୁ ଆରମ୍ଭ ହୋଇଥିବା ଏହି ଅଫର ନଭେମ୍ବର ୧୦ ପର୍ଯ୍ୟନ୍ତ ଜାରି ରହିବ। ଏଠାରେ ଗ୍ରାହକମାନେ ଯେକୌଣସି କଂପାନିର ଫୋନ୍ ଏକ୍ସଚେଞ୍ଜ୍‌ କରି ନୂଆ ସାମସଙ୍ଗ୍‌ ଫୋନ୍ ନେଇପାରିବେ। ଅବସରରେ ଫଚୁର୍ନେଟ୍‌ ଟେକ୍ନୋଲୋଜିସ୍‌ର ପରିଚାଳନା ନିର୍ଦେଶକ ଦୁର୍ଗା ପ୍ରସାଦ ମିଶ୍ର, ସାମସଙ୍ଗ୍‌ର ଏବିଏମ (ବିକ୍ରି) ହର ପ୍ରସାଦ ରଥ ଓ ଏଏସ୍‌ଏମ୍ (ସର୍ଭିସ୍‌) ସମ୍ବିତ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର