ଏ ବର୍ଷ ଭାରତରେ ୧୦୦୦ ଇଂଜିନିୟରଙ୍କୁ ନିଯୁକ୍ତି ଦେବ ସାମସଙ୍ଗ୍‌

ବାଙ୍ଗାଲୋର: ଗତ କିଛି ବର୍ଷ ଧରି ଲଗାତାର ସାମସଙ୍ଗ ଭାରତୀୟ ବଜାରରେ ନଂ୧ ସ୍ଥାନ ଅଧିକାର କରିଆସିଛି । କିନ୍ତୁ ଏବେ ଏହି କମ୍ପାନି ଚୀନ କମ୍ପାନି ସାଓମି, ଭିଭୋ, ଓପୋ ଠାରୁ ପ୍ରବଳ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି । ଗତ ଆର୍ଥିକ ବର୍ଷରେ ବିକ୍ରି କ୍ଷେତ୍ରରେ ସାଓମୀ ସାମସଙ୍ଗକୁ ଟପିଯାଇଛି । ଏଣୁ ନିଜର ଅଗ୍ରଣୀ ସ୍ଥାନକୁ ବଜାୟ ରଖିବାକୁ କମ୍ପାନି ନୂଆ ନୂଆ ଟେକନଲୋଜୀ ଥିବା ସ୍ମାର୍ଟଫୋନ ବାହାର କରିବାକୁ ଯାଉଛି । ଏଥିଲାଗି କମ୍ପାନି ଭାରତରେ ଥିବା ନିଜର ଗବେଷଣା କେନ୍ଦ୍ର (ଆର ଏଣ୍ଡଡି ସେଣ୍ଟର) ରେ ଇଂଜିନିୟର ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି ।

କମ୍ପାନି ଦେଶର ଅଗ୍ରଣୀ ଇଂଜିନିୟରିଂ କଲେଜ୍‌ ଯଥା ଆଇଆଇଟି, ଏନ୍‌ଆଇଟି ଓ ଆଇଆଇଆଇଟି ରୁ ୨୦୧ ରେ ପ୍ରାୟ ୧୦୦୦ ଇଂଜିନିୟରଙ୍କୁ ନିଯୁକ୍ତିି ଦେବାର ଲକ୍ଷ୍ୟ ରଖିଛି। ଅଧିକାଂଶ ଇଂଜିନିୟରମାନଙ୍କୁ ନୁତନ ଯୁଗର ଡୋମେନ୍‌ ଯଥା ଆର୍ଟିଫିଲିଆଲ୍‌ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ (ଆଇଓଟି), ମେସିନ୍‌ ଲର୍ଣିଂ, ବାୟୋମେଟ୍ରିକ୍‌ସ, ନ୍ୟାଚୁରାଲ୍‌ ଲାଙ୍ଗୁଏଜ୍‌ ପ୍ରୋସେସିଂ, ଅଟୋମେଟେଡ୍‌ ରିଆଲିଟି ଓ ନେଟ୍‌ୱର୍କ ଇତ୍ୟାଦି ପାଇଁ ଗ୍ରହଣ କରାଯିବ । ଗତ ବର୍ଷ ସାମସଙ୍ଗ ଆର୍‌ ଏଣ୍ଡ ଡି କାଯ୍ୟର୍ ପାଇଁ ୮୦୦ ଜଣ ଇଂଜିନିୟରଙ୍କୁ ଗ୍ରହଣ କରିଥିଲା ଯେଉଁଥିରୁ ୩୦୦ ଜଣ ଆଇଆଇଟିରୁ ଥିଲେ । ଭାରତରେ ସାମସଙ୍ଗର ୩ଟି ଆର ଏଣ୍ଡ ଡି ସେଣ୍ଟର ଓ ୨ ଟି ନିର୍ମାଣ ୟୁନିଟ୍‌ ରହିଛି । ଆର ଏଣ୍ଡ୍‌ ଡି ସେଣ୍ଟର ଗୁଡିକ ବାଙ୍ଗାଲୋର, ନୋଇଡା ଓ ଦିଲ୍ଲୀ ଠାରେ ଅବସ୍ଥିତ ।

ସମ୍ବନ୍ଧିତ ଖବର