ସାମସଙ୍ଗ୍‌ ଆଣୁଛି ଇନଫିନିଟି ଡିସ୍‌ପ୍ଲେ ଥିବା ୪ଟି ନୂଆ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ବହୁରାଷ୍ଟ୍ରୀୟ ସ୍ମାର୍ଟଫୋନ୍‌ ନିର୍ମାତା ସାମସଙ୍ଗ ପକ୍ଷରୁ ଚଳିତ ମାସରେ ଚାରିଟି ନୂଆ ଫୋନ୍‌ ଉନ୍ମୋଚନ କରାଯିବ। ସବୁ ଫୋନ୍‌ରେ ରହିଛି ସାମସଙ୍ଗ୍‌ର ସୁପର ଆମୋଏଲଇଡି ଇନଫିନିଟି ଡିସ୍‌ପ୍ଲେ । ଏହି ଫୋନ୍‌ଗୁଡ଼ିକ ମଧ୍ୟରୁ ଦୁଇଟି ଫୋନ୍‌ ଗାଲାକ୍ସି ଜେ ସିରିଜ୍‌ ଅଧୀନରେ ବଜାରକୁ ଆସିବ । ଗାଲାକ୍ସି ଜେ ସିରିଜ୍‌ ହେଉଛି ଭାରତର ସବୁଠୁ ଲୋକପ୍ରିୟ ସ୍ମାର୍ଟଫୋନ୍‌ ସିରିଜ୍‌। ଭାରତରେ ବିକ୍ରି ହେଉଥିବା ପ୍ରତି ତିନିଟି ଫୋନ୍‌ ମଧ୍ୟରୁ ଗୋଟିଏ ହେଉଛି ଜେ ସିରିଜ୍‌ । ନୂଆ ଜେ-ସିରିଜ୍‌ ଫୋନ୍‌ଗୁଡ଼ିକରେ ସାମସଙ୍ଗ୍‌ର ମେକ୍‌ ଇନ୍‌ ଇଣ୍ଡିଆ ବୈଶିଷ୍ଟ୍ୟ ରହିବ। ଏସ୍‌ ବାଇକ୍‌ ମୋଡ୍‌, ଅଲଟ୍ରା ଡାଟା ସେଭିଂ (ୟୁଏସ୍‌ଡି) ମୋଡ୍‌ ଓ ଟର୍ବୋ ସ୍ପିଡ୍‌ ପ୍ରଯୁକ୍ତି ଆଦି ରହିବ ।  ଏହି ଚାରିଟି ଫୋନ୍‌କୁ କମ୍ପାନି ଏହାର ନୋଏଡା କାରଖାନାରେ ଉତ୍ପାଦନ କରିବ।  ଏହି ୪ଟି ସ୍ମାର୍ଟଫୋନ୍‌ ମାଧ୍ୟମରେ ବଜାରର ମଧ୍ୟମବର୍ଗରେ ସାମସଙ୍ଗ ନିଜ ସ୍ଥିତି ଦୃଢ କରିବାକୁ ଯୋଜନା କରିଛି । ଏହା ଦ୍ୱାରା ସୁଲଭ ସ୍ମାର୍ଟଫୋନ୍‌ ବଜାରରେ ବଡ଼ ଧରଣର ବ୍ୟତିକ୍ରମ ସୃଷ୍ଟି ହେବ । ଇନଫିନିଟି ଡିସ୍‌ପ୍ଲେ ଥିବା ଏହି ସ୍ମାର୍ଟଫୋନ୍‌ଗୁଡ଼ିକ ଶ୍ରେଷ୍ଠ ମୂଲ୍ୟରେ ଉପଲବ୍ଧ ହେବ। ସୁଲଭ ମୂଲ୍ୟରେ ଆକର୍ଷଣୀୟ ଫୋନ୍‌ ପାଇବାକୁ ଚାହୁଁଥିବା ନୂଆ ପିଢ଼ି ଓ ଯୁବବର୍ଗର ଗ୍ରାହକଙ୍କୁ ଦୃଷ୍ଟିରେ ରଖି କଂପାନି ଏହି ସବୁ ଫୋନ୍‌ ପ୍ରସ୍ତୁତ କରିଥାଇପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ଏହି ଫୋନ୍‌ଗୁଡ଼ିକର ସବୁଠୁ ବଡ଼ ଆକର୍ଷଣ ହେବ ଇନଫିନିଟି ଡିସ୍‌ପ୍ଲେ ଯାହା ପୂର୍ବରୁ କେବଳ ଦାମୀ ଫୋନ୍‌ଗୁଡ଼ିକରେ ମିଳୁଥିଲା। ୨୦୧୭ରେ ଗାଲାକ୍ସି ଏସ୍‌8ରେ ସାମସଙ୍ଗ ଏହି ଡିସ୍‌ପ୍ଲେ ପ୍ରଥମେ ବ୍ୟବହାର କରିବା ଆରମ୍ଭ କରିିଥିଲା।

ସମ୍ବନ୍ଧିତ ଖବର