ନୂଆଦିଲ୍ଲୀ: ସାମସଙ୍ଗର ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ସାମସଙ୍ଗ ଖୁବ୍ ଶୀଘ୍ର ଗ୍ରାହକଙ୍କ ପାଇଁ ଫୋଲଡେବଲ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି। ଏହି ଫୋନ୍ର ନାମ ‘ଉଇନର୍’ ରଖାଯାଇଛି। ତେବେ ଏହି ଫୋନ୍ ୨୦୧୯ସୁଦ୍ଧା ବଜାର ପ୍ରବେଶ କରିବାର ଯୋଜନା କମ୍ପାନି ରଖିଛି। ସାମସଙ୍ଗ ନିଜର ଏହି ନୂଆ ଫୋଲଡେବଲ୍ ସ୍ମାର୍ଟଫୋନ୍ ଉପରେ ଏବେ କାମ କରୁଛି।
କମ୍ପାନି ଏହି ଫୋନ୍ରେ ୭.୩ ଇଞ୍ଚ୍ର ଓଏଲଇଡି ଡିସ୍ପ୍ଲେ ଦେଇଛି। ଏଥିସହିତ ଏହା ବୁଲିବା ପରେ ସ୍କ୍ରିନ୍ ୪.୩ଇଞ୍ଚ ହୋଇଯିବ। ଏଥିରେ ବିଜଲ ଲେସ ଡିସ୍ପ୍ଲେ ରହିଛି ଓ ଏହାକୁ ରେଗୁଲାର୍ କମ୍ପ୍ୟାକ୍ଟ ସ୍ମାର୍ଟଫୋନ୍ ଭଳି ଫୋଲଡ କରାଯାଇ ପାରିବ। ଏହି ଫୋନ୍ର ମୂଲ୍ୟ ୧୫୦୦ ଡଲାର ଅର୍ଥାତ୍ ୧,୦୩,୦୦୦ ଟଙ୍କା ପାଖାପାଖି ରହିଛି।
କମ୍ପାନି ପକ୍ଷରୁ ପ୍ରକାଶ, ବ୍ୟବହାରକାରୀ ଏହି ଫୋନ୍କୁ ଟ୍ୟାବଲେଟ ଭଳି ବ୍ୟବହାର କରି ପାରିବେ ଓ କାମ ଶେଷ ହେବା ପରେ ଏହାକୁ ଫୋଲଡ କରି ସୁବିଧାରେ ମଧ୍ୟ ରଖି ପାରିବେ। ଏଥିରେ ବ୍ୟାଟେରି ମଧ୍ୟ ଫୋଲଡେବଲ୍ । ବ୍ୟାଟେରି କ୍ଷମତା ୩,୦୦୦ଏମଏଏଚ ଓ ୬,୦୦୦ଏମ୍ଏଏଚ ମଧ୍ୟରେ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/g-1532759402.jpg)