ଭୁବନେଶ୍ବର: ସାମ୍ସଙ୍ଗ୍ ପକ୍ଷରୁ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଗାଲାକ୍ସି ଏମ୍୦୧ କୋର୍କୁ ଉନ୍ମୋଚନ କରାଯାଇଛି। ଏହାର ଦାମ୍ ହେଉଛି ୫,୪୯୯ ଟଙ୍କା। ଏହାର ୧+୧୬ ଜିବି ଓ ୨+୩୨ଜିବି ଭଳି ଦୁଇଟି ମଡେଲ୍ ରହିଛି। ଏହି ଫୋନ୍ କଳା, ନୀଳ ଓ ଲାଲ୍ ରଙ୍ଗରେ ଉପଲବ୍ଧ ହୋଇଛି। ଗାଲାକ୍ସି ଏମ୍୦୧ କୋର୍ରେ ୫.୪ ଇଞ୍ଚର ଏଚ୍ଡି+ ଡିସ୍ପ୍ଲେ, ୩୦୦୦ ଏମ୍ଏଏଚ୍ ବ୍ୟାଟେରି, ୮ ଏମ୍ପି ପଛ କ୍ୟାମେରା ଓ ୫ ଏମ୍ପି ସାମ୍ନା କ୍ୟାମେରା ଏବଂ କ୍ବାଡ୍କୋର ମିଡିଆଟେକ୍ ୬୭୩୯ ପ୍ରୋସେସର ରହିଛି। ଏହା ଜରିଆରେ ସାରା ଭାରତର ଲୋକମାନେ ସ୍ମାର୍ଟଫୋନ୍ ବ୍ୟବହାର କରିବାର ସୁଯୋଗ ପାଇବେ ବୋଲି କଂପାନିର ନିର୍ଦେଶକ (ମୋବାଇଲ୍ ବ୍ୟବସାୟ) ଆଦିତ୍ୟ ବବ୍ବର କହିଛନ୍ତି। ସାମସଙ୍ଗ୍ର ଏହି ନୂଆ ଫୋନ୍ ମୋବାଇଲ୍ ଷ୍ଟୋର୍ରୁ ଓ ଅନ୍ଲାଇନ୍ରେ କିଣିହେବ।
ସାମ୍ସଙ୍ଗ୍ର ୫୪୯୯ ଟଙ୍କିଆ ସ୍ମାର୍ଟଫୋନ୍
/sambad/media/post_attachments/wp-content/uploads/2019/07/samsung1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)