ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଯାହା ଚୀନ୍ର ସ୍ମାର୍ଟଫୋନ୍ କଂପାନିଗୁଡ଼ିକୁ ପ୍ରଭାବିତ କରିବ। ଶାଓମି ଓ ରିଅଲ୍ମି ଭଳି ସଂସ୍ଥା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଚୀନ୍ ସଂସ୍ଥାଗୁଡ଼ିକୁ ୧୨ ହଜାର ଟଙ୍କାରୁ କମ୍ ଦାମ୍ର ସ୍ମାର୍ଟଫୋନ୍ ବିକ୍ରି କରିବା ଲାଗି ବାରଣ କରାଯିବ। ଏହିଭଳି ଭାବେ ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ବଜାରରୁ ଚୀନ୍ ସଂସ୍ଥାଗୁଡ଼ିକୁ ବାହାର କରିବା ବିଷୟରେ ସରକାର ବିଚାର କରୁଛନ୍ତି। ତେବେ ଯଦି ଏଭଳି କିଛି ନିୟମ ଆସିବ ତେବେ ଆପଲ୍, ସାମସଙ୍ଗ ଭଳି ସଂସ୍ଥା ପ୍ରଭାବିତ ହେବେ ନାହିଁ। କାରଣ ଏହି କଂପାନିଗୁଡ଼ିକର ଫୋନ୍ ଦାମ୍ ଅଧିକ ରହୁଛି। ଏବେ ଦେଶରେ ବିକ୍ରି ହେଉଥିବା ଫୋନ୍ ମଧ୍ୟରୁ ତିନି ଭାଗ ହେଉଛି ୧୨ ହଜାର ଟଙ୍କାରୁ କମ୍ ଦାମ୍ର ଫୋନ୍। ସେହି ବଜାରର ୮୦ ପ୍ରତିଶତ ଭାଗ ଚୀନ୍ ସଂସ୍ଥାଗୁଡ଼ିକ କବ୍ଜାରେ ରହିଛି। କୋଭିଡ୍ ମହାମାରୀ ବ୍ୟାପିବା ପରେ ଚୀନ୍ର ସ୍ମାର୍ଟଫୋନ୍ ନିର୍ମାତାମାନେ ଭାରତୀୟ ବଜାର ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଏକ ହିସାବରୁ ଜଣାପଡ଼ିଛି ଯେ ଯଦି ୧୨ ହଜାର ଟଙ୍କାରୁ କମ୍ ଦାମ୍ର ଫୋନ୍ ବିକିବା ପାଇଁ ଚୀନ୍ କଂପାନିଗୁଡ଼ିକୁ ବାରଣ କରାଯିବ ତେବେ ଶାଓମିର ବିକ୍ରି ୪-୫% ହ୍ରାସ ପାଇବ। ଏହି ବଜାରର ୨୫% ଶାଓମି କବ୍ଜାରେ ରହିଛି। ଚୀନ୍ ସ୍ମାର୍ଟଫୋନ୍ କଂପାନିଗୁଡ଼ିକର କାରବାର ଉପରେ ସରକାରଙ୍କ ସନ୍ଦେହ ରହିଛି। ଭାରତରେ ବିକ୍ରି ହେଉଥିବା ଅଧିକାଂଶ ଫୋନ୍ ଚୀନ୍ କଂପାନିଗୁଡ଼ିକ ବିକ୍ରି କରୁଥିବା ସତ୍ତ୍ବେ କିଭଳି ସେମାନେ କ୍ଷତି ସହୁଛନ୍ତି ତାହା ବୁଝାପଡ଼ୁନାହିଁ। ସେମାନେ ନିୟମକୁ ଠିକ୍ ଭାବେ ପାଳନ କରୁନାହାନ୍ତି ବୋଲି ସରକାର ଭାବୁଛନ୍ତି।
ଚୀନ୍ କଂପାନି ଉପରେ ଲାଗିବ କଟକଣା: ୧୨ ହଜାର ଟଙ୍କାରୁ କମ୍ ଦାମ୍ର ଫୋନ୍ ବିକିପାରିବେନି
/sambad/media/post_attachments/wp-content/uploads/2022/08/mobile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)