ନୂଆଦିଲ୍ଲୀ ଷ୍ଟର୍ଲିଂ ବାୟୋଟେକ୍ର ମୁଖ୍ୟ ନୀତିନ ସନ୍ଦସେରା ବ୍ୟାଙ୍କଗୁଡ଼ିକର କୋଟି କୋଟି ଟଙ୍କାର ଠକି ବିଦେଶରେ ଲୁଚିଛନ୍ତି। କୋଟି କୋଟି ଟଙ୍କାର ଠକେଇ କରିବା ପାଇଁ ସେ ଜାଲ୍ କଂପାନିଗୁଡ଼ିକର ଜାଲ ବିଛାଇ ଦେଇଥିଲେ। ପ୍ରାୟ ୨୦୦ଟି ଜାଲ୍ କଂପାନି ଗଠନ କରି ସେ ୮୧୦୦ କୋଟି ଟଙ୍କାର ଠକେଇ କରିଥିବା ଜଣାପଡ଼ିଛି। ବ୍ୟାଙ୍କଗୁଡ଼ିକର ଅଡିଟ୍ ଟିମ୍ ସନ୍ଦେସେରା ଦାଖଲ କରିଥିବା କାଗଜପତ୍ର ଯାଞ୍ଚ କରିବା ପରେ ଏହା ଜାଣିବାକୁ ପାଇଛନ୍ତି।ବ୍ୟାଙ୍କ ଋର ହଡ଼ପ କରିବାରେ ସନ୍ଦସେରାଙ୍କୁ କେତେକ ସରକାରୀ କର୍ମଚାରୀ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଛି। ସେମାନଙ୍କ ଭୂମିକାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ସରକାରୀ କର୍ମଚାରୀଙ୍କୁ ଲୋଭନୀୟ ଲାଞ୍ଚ ଦେଇ ସନ୍ଦସେରା ନିଜର ବିଭିନ୍ନ କାମ କରାଇ ନେଉଥିଲେ। ଷ୍ଟେଟ୍ ବ୍ୟାଙ୍କ ଓ ଆନ୍ଧ୍ର ବ୍ୟାଙ୍କ ପକ୍ଷରୁ ସନ୍ଦସେରା କରିଥିବା ଠକେଇର ଫୋରେନ୍ସିକ୍ ଅଡିଟ୍ କରାଯାଇଥିଲା। ଇଡି ପକ୍ଷରୁ ଦାଖଲ କରାଯାଇଥିବା ୩୦୦ ପୃଷ୍ଠାର ଚାର୍ଜସିଟ୍ରେ ତାହାକୁ ସ୍ଥାନ ଦିଆଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ସନ୍ଦସେରା ବିଭିନ୍ନ ସଂସ୍ଥାର ଯେଉଁ ଠିକଣା ଦାଖଲ କରିଥିଲେ ତାହାର ଯାଞ୍ଚ କରିବା ବେଳେ ବିଶ୍ବାସ ନହେବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ବସ୍ତିର ଥଇଥାନ କେନ୍ଦ୍ର ଓ ଶୂନଶାନ କୋଠାକୁ ସେ ଠିକଣା ଭାବେ ବ୍ୟବହାର କରିଥିଲେ।
ଜାଲ୍ କଂପାନିର ଜାଲ ବିଛାଇଥିଲେ ସନ୍ଦସେରା
/sambad/media/post_attachments/wp-content/uploads/2018/11/nitin1-sandsera-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)