ଓଡ଼ିଶାରେ ନିଜର ଉପସ୍ଥିତିକୁ ସୁଦୃଢ କରୁଛି ୱେଷ୍ଟର୍ଣ୍ଣ ଡ଼ିଜିଟାଲ

ଭୁବନେଶ୍ୱର: ୱେଷ୍ଟର୍ଣ୍ଣ ଡିଜିଟାଲ୍‌ କର୍ପୋରେସନ୍‌ (ଏନ୍‌ଏଏସ୍‌ଡିଏକ୍ୟୁ: ଡବ୍ଲୁଡିସି) ଏହାର ଆଧୁନିକ ସଂସ୍କରଣ, ସାନ୍‌ଡିସ୍କ ଡୁଆଲ୍‌ ଡ୍ରାଇଭ୍‌କୁ ମଙ୍ଗଳବାର ଭୁବନେଶ୍ୱରରେ ପ୍ରଦର୍ଶନ କରିଛି। ସାନ୍‌ଡିସ୍କ ଡୁଆଲ୍‌ ଡ୍ରାଇଭ୍‌ ଏକ ଉଚ୍ଚ କାର୍ଯ୍ୟକ୍ଷମ ଡ୍ରାଇଭ୍‌ ଅଟେ, ଯାହାଦ୍ୱାରା ତଥ୍ୟଗୁଡ଼ିକୁ ସହଜରେ ସ୍ମାର୍ଟଫୋନ୍‌ କିମ୍ବା ଟାବ୍ଲେଟ୍ରୁ ଲାପ୍ଟଟ, ପିସି ବା ମ୍ୟାକ୍‌ କମ୍ପ୍ୟୁଟରକୁ ସ୍ଥାନାନ୍ତରିତ କରାଯାଇପାରିବ। ଲୋକମାନଙ୍କୁ ସୃଷ୍ଟି, ପରିଚାଳନା, ଅନିଭୂତି ପ୍ରଦାନ କରିବା ଓ ଡିଜିଟାଲ୍‌ ବିଷୟଗୁଡ଼ିକୁ ସଂରକ୍ଷିିତ ରଖିବା ପାଇଁ ୱେଷ୍ଟର୍ଣ୍ଣ ଡିଜିଟାଲ୍‌ ଏହାର ଡିଭାଇସ୍‌ ମାଧ୍ୟମରେ କାର୍ଯ୍ୟସକ୍ଷମତା ଓ ଦକ୍ଷତାର ଏକ ଉତ୍ତମ ସମିଶ୍ରଣ ପ୍ରଦାନ କରୁଛି।

ସାନ୍‌ଡିସ୍କ ଅଲ୍‌ଟ୍ରା ଡୁଆଲ୍‌ ଡ୍ରାଇଭ୍‌ ଏମ୍‌୩.୦ ଓ ସାନ୍‌ଡିସ୍କ ଅଲ୍‌ଟ୍ରା ଡୁଆଲ୍‌ ଡ୍ରାଇଭ୍‌ ୟୁଏସ୍ୱି ଟାଇପ୍‌-ସି ‘ମୋବାଇଲ୍‌ କି ପେନ୍‌ ଡ୍ରାଇଭ୍‌’ ଭାବେ ସ୍ଥାନିତ କରାଯାଇଛି। ଏହା ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କୁ ବିଭିନ୍ନ ବିଶ୍ୱସନୀୟ ଲାଭ ସହିିତ ସୁବିଧାଜନକ ଓ ବ୍ୟବହାରକ୍ଷମ ଭାବେ ବିଷୟଗୁଡ଼ିକୁ ଗଚ୍ଛିତ କରିବା ତଥା ସେୟାରିଂ କରିବା ସକ୍ଷମତା ପ୍ରଦାନ କରୁଛି। ଏହି ଫ୍ଲାସ୍‌ ଡ୍ରାଇଭ୍‌ ଦୁଇଟି କନେକ୍ଟର୍‌ ସହିତ ଆସୁଛି। ଗୋଟିଏ ସ୍ମାର୍ଟଫୋନ୍‌ ସହିତ (ମାଇକ୍ରୋ ୟୁଏସ୍ୱି ବା ଟାଇପ୍‌-ସି) ଓ ଅନ୍ୟଟି କମ୍ପ୍ୟୁଟର୍‌ ସହିତ (ଟାଇପ୍‌-ଏ) ସଂଯୋଗ କରୁଛି, ଯାହା ଗ୍ରାହକମାନଙ୍କୁ ସ୍ମାର୍ଟଫୋନ୍‌ ଓ ଅନ୍ୟାନ୍ୟ ସମକକ୍ଷ ଡିଭାଇସ୍‌ଗୁଡ଼ିକ ମଧ୍ୟରେ ତଥ୍ୟ ସ୍ଥାନାନ୍ତର କରିବା ପାଇଁ ସହଜରେ ଅନୁମତି ପ୍ରଦାନ କରୁଛି।

ଏହି ଅବସରରେ ୱେଷ୍ଟର୍ଣ୍ଣ ଡିଜିଟାଲ୍‌ ପକ୍ଷରୁ ଏହାର ମାର୍କେଟିଂ ନିର୍ଦ୍ଦେଶକ, ଜଗନାଥନ ଚେଲିଆ, କହିଛନ୍ତି ଯେ, ‘ୱେଷ୍ଟର୍ଣ୍ଣ ଡିଜିଟାଲରେ ଆମେ ସବୁବେଳେ ଗ୍ରାହକମାନଙ୍କୁ କିଛି ଅଧିକ କରିବା ନିମନ୍ତେ ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରଚେଷ୍ଟା ଉପରେ ଦୃଷ୍ଟି ନିକ୍ଷେପ କରୁ। ବ୍ୟବୟସାପେକ୍ଷ ମୂଲ୍ୟରେ ଗ୍ରାହକମାନଙ୍କୁ ଉପଯୁକ୍ତ ଓ ବିଶ୍ୱସନୀୟ ଷ୍ଟୋରେଜ୍‌ ସମାଧାନ ପ୍ରଦାନ କରିବା ନିମନ୍ତେ ଆମେ ସାନ୍‌ଡିସ୍କ ମୋବାଇଲ୍‌ ସମାଧାନ ଶୃଙ୍ଖଳକୁ ସଂପ୍ରସାରିତ କରୁଛୁ, ଯାହାଦ୍ୱାରା ସେମାନେ ମୋଟ ଉପରେ ସେମାନଙ୍କର ସ୍ମାର୍ଟଫୋନ୍‌ ଓ ପିସି ଅନୁଭୂତିକୁ ତ୍ୱରାନ୍ଵିତ କରପାରିବେ। ଓଡ଼ିଶା ଆମ ପାଇଁ, ବିଶେଷ କରି ସାନ୍‌ଡିସ୍କ ବ୍ରାଣ୍ଡରେ ଉତ୍ପାଦ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ କୌଶଳଭିତ୍ତିକ ବଜାର। ଆମେ କିଛି ଉତ୍ସାହଜନକ ଜ୍ଞାନକୌଶଳ ପ୍ରଦାନ କରୁଛୁ, ଯାହା ଗ୍ରାହକମାନଙ୍କ ଜୀବନକୁ ସରଳ କରୁଛନ୍ତି।

ସମ୍ବନ୍ଧିତ ଖବର