ଭାରତୀୟ ବଜାରରେ ସାମସଙ୍ଗ ଏସ୍‌୯ ଓ ଏସ୍‌୯ ପ୍ଲସ୍‌ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ସାମସଙ୍ଗ ଇଲେକଟ୍ରୋନିକ୍‌ସ ପକ୍ଷରୁ ନିଜର ଲାଟେଷ୍ଟ ସ୍କାର୍ଟଫୋନ ଏସ୍‌୯ ଓ ଏସ୍‌୯ ପ୍ଲସ୍‌ ଭାରତ ବଜାରରେ ବିକ୍ରି ଆରମ୍ଭ ହୋଇଛି । ଏଥିରେ ୨ ଆପରେଚର ଲେନ୍‌ସବିଶିଷ୍ଟ ଉତ୍କୃଷ୍ଟ କ୍ୟାମେରା ରହିଛି । ଏଥିସହ ସୁପର ସ୍ଲୋ-ମୋ କାପାବିଲିଟି, ଏଆର ଏମୋଜି ରହିଛି । ଏକେଜି ଟ୍ୟୁନର ଷ୍ଟେରିଓ ସ୍ପିକର ମଧ୍ୟ ଏଥିରେ ରହିଛି । ଏଥିରେ ଥିବା ଏକାଧିକ ଅଭିନବ ବ୍ୟବସ୍ଥା ଯୋଗୁଁ ଗ୍ରାହକଙ୍କ ପାଇଁ ଯୋଗାଯୋଗ ଦୃଷ୍ଟିକୋଣରୁ ଏହା ଲାଭଦାୟକ ବିବେଚିତ ହୋଇପାରିବ । ଏଥିରେ ଡାଟା ଟ୍ରାନ୍ସଫର ୨.୫ ଗୁଣ ଦ୍ରୁତ ହୋଇପାରିବ ଏହି ସ୍ମାର୍ଟଫୋନରେ ମେକ୍‌ ଇନ୍‌ ଇଣ୍ଡିଆ ଛିଟା ରହିଛି । ଏହି ଫୋନ କ୍ରୟ ପାଇଁ ବିଭିନ୍ନ ଆକର୍ଷଣୀୟ ଅଫର ଯୋଜନା ମଧ୍ୟ ରହିଛି ।

 

ସାମସଙ୍ଗ ଦକ୍ଷିଣ ଏସିଆ ସିଇଓ ତଥା ସଭାପତି ଏଚ.ସି.ହଙ୍ଗ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଛବି, ଭିଡ଼ିଓ ଓ ଇମୋଜୀର ବ୍ୟବହାର ବୃଦ୍ଧି ପାଇଥିବାରୁ ଏହାକୁ ଦୃଷ୍ଟିରେ ରଖି କଂପାନୀ ପକ୍ଷରୁ ଏହି ଫୋନ ପ୍ରସ୍ତୁତ କରାଯାଇଛି । ଭାରତରେ ସାମାଜିକ ଗଣମାଧ୍ୟମ ସର୍ବାଧିକ । ଏଠାରେ ୪ଜି ବ୍ୟବହାରକାରୀଙ୍କ ମଧ୍ୟ ସର୍ବାଧିକ । ଏଠାରେ ନଗଦବିହୀନ କାରବାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଓ ଆସ‘ାକାଲିର ଆବଶ୍ୟକତା ପୂରଣ ଦିଗରେ ଏସ୍‌୯ ଓ ଏସ୍‌୯ ପ୍ଲସ୍‌ ବେଶ ସହାୟକ ହେବ ବୋଲି ସେ କହିଛନ୍ତି । ସାମସଙ୍ଗ ଇଣ୍ଡିଆ ମୋବାଇଲ କାରବାରର ବରିଷ୍ଠ ଉପସଭାପତି ଅସୀମ ୱାରସୀ କହିଛନ୍ତି ଯେ, ସ୍ମାର୍ଟଫୋନ ମଧ୍ୟରେ ଏସ୍‌୯ ଓ ଏସ୍‌୯ ପ୍ଲସ୍‌ର ସ୍ୱତନ୍ତ୍ର ବୈଶିଷ୍ଟ ରହିଛି । ଅନ୍ୟ ସ୍ମାର୍ଟଫୋନ ତୁଳନାରେ ଏଥିରେ ଉତ୍ତମ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରାଯାଇପାରିବ ।

ସମ୍ବନ୍ଧିତ ଖବର