ସାଓମି ଆଣିଲା ପାଓ୍ଵାରଫୁଲ ଚାର୍ଜର, ୧୭ମିନିଟ୍‌ରେ ହେବ ଫୋନ୍‌ ଚାର୍ଜ

ନୂଆଦିଲ୍ଲୀ : ମୋବାଇଲ ଫୋନ୍‌ ହାଇଟେକ୍‌ ହେବା ସହ ଏବେ ଚାର୍ଜରକୁ ମଧ୍ୟ ହାଇଟେକ୍‌ କରାଯାଉଛି । ଚୀନ୍‌ କମ୍ପାନୀ ସାଓମି ଏଇ କିଛି ଦିନ ମଧ୍ୟରେ ଅନେକ ନୂଆ ନୂଆ ଫୋନ ଲଞ୍ଚ କରିବା ସହ ଏକ ହାଇଟେକ୍‌ ଚାର୍ଜର ମଧ୍ୟ ଲଞ୍ଚ କରିବାର ଯୋଜନା କରୁଥିବା ଜଣାପଡ଼ିଛି । ଏହି ଚାର୍ଜର ଲଞ୍ଚ ହେବା ପରେ ଗ୍ରାହକମାନେ ୧୭ମିନିଟ୍‌ ମଧ୍ୟରେ ଫୋନ ଚାର୍ଜ କରି ପାରିବେ ।

Softpedia News

କମ୍ପାନୀ ପକ୍ଷରୁ ୧୦୦W ସୁପର ଚାର୍ଜ ଟର୍ବୋ ଫାଷ୍ଟ ଚାର୍ଜି ଟେକ୍ନୋଲୋଜି ଲଞ୍ଚ କରିବାର ଘୋଷଣା କରାଯାଇଛି । ୪୦୦୦mAh ବ୍ୟାଟେରୀର ଫୋନକୁ ମାତ୍ର ୧୭ମିନିଟ୍‌ ମଧ୍ୟରେ ଫୁଲ୍‌ ଚାର୍ଜ କରି ହେବ । ଏହା ପୂର୍ବରୁ ହୁଓ୍ଵାଇ ନିଜ ଫୋନ୍‌ ମେଟ୍‌ ଏକ୍ସ ପାଇଁ ୫୫Wର ଚାର୍ଜର ଲଞ୍ଚ କରିଥିଲା । ଯାହା ସଫଳ ସାବ୍ୟସ୍ତ ହୋଇଛି । ଏହାକୁ ବ୍ୟବହାର କରି ଫୋନକୁ କମ୍‌ ସମୟ ମଧ୍ୟରେ ଚାର୍ଜ କରାଯାଇ ପାରୁଛି ।

ସମ୍ବନ୍ଧିତ ଖବର