ସାଓମିର ୩୬ ହଜାର ଟଙ୍କିଆ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ସାଓମି ପକ୍ଷରୁ ପ୍ରଥମ ଫୁଲ୍‌ ଡିସ୍‌ପ୍ଲେ ଥିବା ନୂଆ ସ୍ମାର୍ଟଫୋନ୍‌ ଏମ୍‌ଆଇ ମିକ୍ସ ୨କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ହେଉଛି ୩୫,୯୯୯ ଟଙ୍କା। ଏହା ଫ୍ଲିପ୍‌କାର୍ଟ ଏବଂ କଂପାନିର ଅନଲାଇନ ଷ୍ଟୋର୍‌ରେ ବିକ୍ରି ପାଇଁ ଉପଲବ୍ଧ ହୋଇଛି। ଏମଆଇ ମିକ୍ସ ୨ରେ ୫.୯୯ ଇଞ୍ଚର ସ୍କ୍ରିନ ରହିଛି। ଏହା ୨, ୬ ଜିବି ଏବଂ ୧୨୮ ଜିବି ଭଳି ଷ୍ଟୋରେଜ୍‌ କ୍ଷମତା ସହିତ ଉପଲବ୍ଧ ହେଉଛି। ଏହି ଫୋନ୍‌ ବିଷୟରେ ସାଓମି ଇଣ୍ଡିଆର ମୁଖ୍ୟ ପରିଚାଳନା ନିର୍ଦେଶକ ମନୁ ଜୈନ କହିଛନ୍ତି ଯେ ଭାରତରେ ଏମଆଇ ଫୋନ୍‌ ପ୍ରେମୀମାନଙ୍କ ପାଇଁ ଏମଆଇ ମିକ୍ସକୁ ଉନ୍ମୋଚନ କରି ଆମେ ବହୁତ ଖୁସି।

ସମ୍ବନ୍ଧିତ ଖବର