ସାଓମି ପକ୍ଷରୁ ନୂଆ ରେଡ୍‌ମି ଓ୍ଵାଇ ଶୃଙ୍ଖଳା ଫୋନ୍‌

ଭୁବନେଶ୍ୱର: ସାଓମି ପକ୍ଷରୁ ନୂତନ ସ୍ମାର୍ଟଫୋନ ଶୃଙ୍ଖଳା ‘ରେଡ୍‌ମି ଓ୍ଵାଇ୧ ଏବଂ ରେଡମି ଓ୍ଵାଇ୧ ଲାଇଟ ଶୁଭାରମ୍ଭ କରାଯାଇଛି । ନୂତନ ଫୋନ ଶୃଙ୍ଖଳା ସହିତ ସାଓମି ପକ୍ଷରୁ ଆହୁରି ମଧ୍ୟ ବିଶ୍ୱସ୍ତରୀୟ ଏମଆଇୟୁଆଇ ୯ର ଶୁଭାରମ୍ଭ କରାଯାଇଛି। ଭାରତରେ ରେଡମି ଓ୍ଵାଇ ୧ ହେଉଛି ସାଓମିର ପ୍ରଥମ ଫୋନ୍‌ ଯେଉଁଥିରେ ସେଲଫି – ଲାଇଟ ରହିଛି। ରେଡମି ୱାଇ ୧ର ୩ଜିବି ଏବଂ ୩୨ ଜିବି ଭାରିଆଣ୍ଟ ମୂଲ୍ୟ ୮୯୯୯ ଟଙ୍କା ଓ ୪ଜିବି ଏବଂ୬୪ଜିବି ଭାରିଆଣ୍ଟର ମୂଲ୍ୟ ୧୦,୯୯୯ ଟଙ୍କା ରହିଛି। ରେଡମି ଓ୍ଵାଇ ୧ ଲାଇଟର ମୂଲ୍ୟ ୬୯୯୯ ଟଙ୍କା ରହିଛି। ଦୁଇଟି ଯାକ ସ୍ମାର୍ଟଫୋନ ଆମାଜନର ସହଭାଗିତାରେ ଉନ୍ମୋଚିତ ହୋଇଛି। ଆସନ୍ତା ୮ ତାରିଖରୁ ଏହି ଫୋନ୍‌ ଆମାଜନ.ଇନ, ଏମଆଇ.କମ, ଏମଆଇ ହୋମ ଷ୍ଟୋର ଏବଂ ଅଫଲାଇନ ଷ୍ଟୋରରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର