ସାରା ଜର୍ଜ ମୁଥୁଟଙ୍କୁ ଏଜୁକେସନ ଆଇକନ ଅଫ ଦି ଇୟର ଆୱାର୍ଡ

ଭୁବନେଶ୍ବର: ମୁଥୁଟ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଏମ୍‌ ଜି ଜର୍ଜ ମୁଥୁଟଙ୍କ ପତ୍ନୀ ଡ ସାରା ଜର୍ଜ ମୁଥୁଟ୍‌ଙ୍କୁ ବାଙ୍ଗାଲୋରଠାରେ ଏଜୁକେସନ ଟୁଡେ ପକ୍ଷରୁ ଏଜୁକେସନ ଆଇକନ ଅଫ୍ ଦି ଇୟର ୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିସହିତ ନୂଆଦିଲ୍ଲୀଠାରେ ଏଜୁକେସନ ଡି’ଏମିନେନ୍ସ ନାମରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସମ୍ମିଳନୀରେ ତାଙ୍କୁ ଜୀବନବ୍ୟାପୀ ସଫଳତା ପାଇଁ ସମ୍ମାନିତ କରାଯାଇଛି। ପୂର୍ବରୁ ତାଙ୍କୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟୁମାନ ରାଇଟ୍ସ ପକ୍ଷରୁ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା ସମ୍ମାନ, ଟିକେକେ ନାମ୍ବିୟାର ‌ସ୍ମାରକୀ ପୁରସ୍କାର, ସାଇନ୍ସ ଅଲିମ୍ପିଆଡ ଫାଉଣ୍ଡେସନ ପକ୍ଷରୁ ବେଷ୍ଟ ପ୍ରିନ୍ସିପାଲ ଟ୍ରଫି ଏବଂ ନାସାର-କେନେଡି ସ୍ପେସ ସେଣ୍ଟର ପକ୍ଷରୁ ସ୍ବତନ୍ତ୍ର ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ସେ ଦିଲ୍ଲୀର ପଲ୍ ଜର୍ଜ ଗ୍ଲୋବାଲ ସ୍କୁଲ ଏବଂ ସେଣ୍ଟ୍‌ ଜର୍ଜସ୍‌ ସ୍କୁଲର ନିର୍ଦ୍ଦେଶକ ରହିଛନ୍ତି। ଶିକ୍ଷା ଏବଂ ସମାଜ ମଙ୍ଗଳ କ୍ଷେତ୍ରରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର