ଦିଆସିଲି ଖୋଳରେ ଶାଢ଼ି, ବୁଣାକାରଙ୍କ ଅଦ୍ଭୁତ ବୁଣାଶୈଳୀକୁ ନେଇ ଚର୍ଚ୍ଚା

ହାଇଦ୍ରାବାଦ: ଦିଆସିଲି ଖୋଳରେ ଶାଢ଼ି | କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ? ଏହି କଥାଟି କିନ୍ତୁ ଏକଦମ ସତ | ନିଜର ଅତୁଳନୀୟ ହସ୍ତକଳାକୁ ବ୍ୟବହାର କରି ତେଲେଙ୍ଗାନାର ଜଣେ ବୁଣାକାର ଏଭଳି ଏକ ଶାଢ଼ି ବୁଣିଛନ୍ତି ଯାହାକୁ ଏକ ଦିଆସିଲି ଖୋଳରେ ରଖାଯାଇପାରିବ | ତେଲେଙ୍ଗାନାରେ ନାଲା ବିଜୟ ନାମକ ଏହି ବୁଣାକାର ଏକ ରେଶମୀ ଶାଢ଼ି ବୁଣିଛନ୍ତି । ହାତରେ ଏହି ଶାଢ଼ି ବୁଣିବା ପାଇଁ ତାଙ୍କୁ ଦୁଇ ସପ୍ତାହ ସମୟ ଲାଗିଥିଲା ଏବଂ ଏହାର ମୂଲ୍ୟ ୧୨,୦୦୦ ଟଙ୍କା ରହିଛି |

ଯଦି ଏହାକୁ ମେସିନରେ ବୁଣାଯାଏ, ତେବେ ଏହା ତିନି ଦିନ ଲାଗିବ ଏବଂ ଏହାର ମୂଲ୍ୟ ୮,୦୦୦ ଟଙ୍କା ହେବ ବୋଲି ବିଜୟ କହିଛନ୍ତି | ପ୍ରତିଭାଶାଳୀ ବୁଣାକାର ବିଜୟ ନିଜ ପିତାଙ୍କ ପାଖରୁ ଶିଖିଥିବା କଳାକୁ ବଂଚାଇରଖିବା ପାଇଁ ଏଭଳି ପ୍ରୟାସ ଜାରି ରଖିଛନ୍ତି | ରାଜ୍ୟର ମନ୍ତ୍ରୀ କେ ତାରକା ରାମା ରାଓ, ପି ସାବିଥା ଇନ୍ଦ୍ରରେଡି, ଭି ଶ୍ରୀନିବାସ ଏବଂ ଇରାବେଲି ଦିନକର ରାଓଙ୍କ ସାମ୍ନାରେ ବିଜୟ ବୁଣା ଯାଇଥିବା ଶାଢ଼ି ପ୍ରଦର୍ଶନ କରିଥିଲେ |

ସମସ୍ତ ମନ୍ତ୍ରୀ ଯୁବ ବୁଣାକାରଙ୍କୁ ପ୍ରଶଂସା କରିଥିଲେ ଏବଂ ମନ୍ତ୍ରୀମାନେ କହିଥିଲେ ଯେ ସେମାନେ ଏହି ଶାଢ଼ି ବିଷୟରେ ଶୁଣିଥିଲେ, କିନ୍ତୁ ଏହାକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି | ମନ୍ତ୍ରୀମାନେ କହିଛନ୍ତି ଯେ ବୁଣାକାରମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଉଚ୍ଚମାନର କାମ କରୁଛନ୍ତି ।

ସମ୍ବନ୍ଧିତ ଖବର