ସାତଶଙ୍ଖରେ ଖୋଲିବ ରୟାଲ ପାମ୍‌ ଭିଲେଜ୍‌

ଭୁବନେଶ୍ବର: ଓଡିଶାର ଅଗ୍ରଣୀ ରିୟଲ ଇଷ୍ଟେଟ୍‌ ସ˚ସ୍ଥା ‘ଏସ୍‌ଜେ ଡେଭଲପର୍ସ’ ପକ୍ଷରୁ ‘ରୟାଲ ପାମ୍‌ ଭିଲେଜ୍‌’ ବିଷୟରେ ଘୋଷଣା କରାଯାଇଛି। ପୁରୀ ସାତଶଙ୍ଖଠାରେ ୧୮.୫ ଏକର ପରିମିତ ଜାଗାରେ ସବୁଜ ପରିବେଶ ମଧ୍ୟରେ ରାଜ୍ୟର ଏହି ଅଭିନବ ପ୍ରକଳ୍ପ ନିର୍ମାଣ ହେବ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଜେ ଡେଭଲପର୍ସର ଏମ୍‌ଡି ସାଧକ ମିଶ୍ର କହିଛନ୍ତି, ‘ରୟାଲ ପାମ ଭିଲେଜ୍‌’ ରିସର୍ଟର ପରିଚାଳନା ନିମନ୍ତେ ମେ’ ଫେୟାର ହୋଟେଲ ଓ ରିସର୍ଟ ସହ ସହଯୋଗିତା ସ୍ଥାପନ କରି ଆମେ ଆନନ୍ଦିତ। ଭିଲ୍ଲା କ୍ରୟ କରିଥିବା ଗ୍ରାହକଙ୍କ ପାଇଁ ବିଶ୍ବସ୍ତରୀୟ ସୁବିଧା ଓ ଅନୁଭୂତି ଏଠାରେ ମିଳିବ। ଏହି ଅତ୍ୟାଧୁନିକ ଭିଲ୍ଲା ଗ୍ରାହକମାନଙ୍କ ପାଇଁ ସ୍ବପ୍ନର ଭ୍ୟାକେସନ୍‌ ହୋମ୍‌ ହେବା ସହିତ ଦୀର୍ଘକାଳୀନ ନିବେଶର ସୁଯୋଗ ଆଣିବ। ‘ରୟାଲ ପାମ୍‌ ଭିଲେଜ୍‌’ରେ ୬୮ଟି ୨-ବିଏଚ୍‌କେ ଓ ୫୨ଟି ୧-ବିଏଚ୍‌କେ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଭିଲ୍ଲା ରହିବ। ଯେଉଁଥିରେ ପ୍ରାଇଭେଟ୍‌ ସୁଇମି˚ ପୁଲ, ଉଡେନ୍‌ ଡେକ୍‌, ଲନ୍‌ ଓ ପ୍ରାଇଭେଟ୍‌ କାର ପାର୍କି˚ ବ୍ୟବସ୍ଥା ଉପଲବ୍ଧ ହେବ। ପାମ୍‌ ଭିଲେଜ୍‌ରେ ଫିସି˚ ପଣ୍ତ, ୱାକି˚ ଟ୍ରାକ୍‌, ଛୋଟ ପିଲାଙ୍କ ପାଇଁ ଖେଳିବା ଜୋନ୍‌, ଆଉଟ୍‌ ଡୋର ଗେମ୍‌, ମନ୍ଦିର ଆଦି ବ୍ୟବସ୍ଥା ରହିଛି। ମେ’ଫେୟାର ହୋଟେଲ ଓ ରିସୋର୍ଟସର ସେଲ୍ସ ଆଣ୍ଡ୍‌ ମାର୍କେଟିଂ ବିଭାଗର ଆସୋସିଏଟ୍‌ ଭାଇସ୍‌ ପ୍ରେସିଡେଣ୍ଟ ପ୍ରଦୀପ୍ତ ମହାପାତ୍ର କହିଲେ, ରୟାଲ ପାମ୍‌ ଭିଲେଜ୍‌ ଓ କନଭେନ୍‌ସନ୍‌ ଛୁଟିକାଳୀନ ଅବସର ବିନୋଦନ, ବିବାହ ଆଦି ଉତ୍ସବ ପାଇଁ ପ୍ରକୃଷ୍ଟ ସ୍ଥାନ ହେବ। ଏହି ପ୍ରକଳ୍ପରେ ଭିଲ୍ଲାଗୁଡିକୁ ଖୁବ୍‌ ସୁନ୍ଦର ଭାବେ ଡିଜାଇନ୍‌ କରାଯାଇଛି। ୧୮.୫ ଏକରରୁ ୬ ଏକର ଜାଗାରେ ରିସର୍ଟ ଏବଂ ୧୨.୫ ଏକର ଜାଗାରେ ରେସିଡେନ୍ସିଆଲ ଭିଲ୍ଲା ରହିଛି। ଏସ୍‌ଜେ ଡେଭଲପରର୍ସର ଡାଇରେକ୍ଟର ମାତୃଦତ୍ତ ମିଶ୍ର କହିଲେ, ରୟାଲ ପାମ୍‌ ଭିଲେଜ୍‌ରେ ୧୧୭୫ ବର୍ଗ ଫୁଟ୍‌ର ୨-ବିଏଚ୍‌କେ ଭିଲ୍ଲାର ମୂଲ୍ୟ ୯୨.୫ ଲକ୍ଷ ଟଙ୍କା ଓ ୬୬୩ ବର୍ଗ ଫୁଟ୍‌ ୧-ବିଏଚ୍‌କେ ଭିଲ୍ଲାର ଦାମ୍‌ ୬୦ ଲକ୍ଷ ଟଙ୍କା ରଖାଯାଇଛି। ୨୦୨୨ ଅକ୍ଟୋବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର