ନୂଆଦିଲ୍ଲୀ: ଆସନ୍ତା ମେ’ ୧ରୁ ଦେଶରେ ଉପଗ୍ରହ ଟୋଲ ବ୍ୟବସ୍ଥା ଲାଗୁ ହେବନାହିଁ। କେନ୍ଦ୍ର ସରକାର ଏହା ସ୍ପଷ୍ଟ କରିଛନ୍ତି। ନୂଆ ଏଏନ୍ପିଆର୍-ଫାସ୍ଟ୍ୟାଗ୍ ଭିତ୍ତିକ ବାଧାହୀନ ଟୋଲ୍ ବ୍ୟବସ୍ଥାକୁ ଦେଶର କିଛି ନିର୍ଦ୍ଦିଷ୍ଟ ଟୋଲ୍ ପ୍ଲାଜାରେ ଲାଗୁ କରାଯିବ। ଏଏନ୍ପିଆର୍ ହେଉଛି ସ୍ବୟଂକ୍ରିୟ ନମ୍ବର ପ୍ଲେଟ୍ ଚିହ୍ନଟ ବ୍ୟବସ୍ଥା। ଯେଉଁଥିରେ ଗାଡ଼ିର ନମ୍ବର ପ୍ଲେଟ୍ ଚିହ୍ନଟ କରିବା ସହିତ ଫାସ୍ଟ୍ୟାଗ୍ରୁ ସ୍ବୟଂକ୍ରିୟ ଭାବେ ଟୋଲ କଟିଯିବ।
ଏହି ବ୍ୟବସ୍ଥାରେ ଗାଡ଼ିକୁ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡ଼ିବନି। କୌଣସି ଗାଡ଼ି ଯଦି ସେ ନିୟମକୁ ପାଳନ କରିବ ନାହିଁ, ତେବେ ଇ-ନୋଟିସ୍ ପଠାଯିବ ଓ ଫାସ୍ଟ୍ୟାଗ୍କୁ ବ୍ଲକ୍ କରାଯିବ। ଏହି ବ୍ୟବସ୍ଥାର ପରୀକ୍ଷଣ ସଫଳ ହେଲେ ତାହାକୁ ଦେଶବ୍ୟାପୀ ଲାଗୁ କରିବା ବିଷୟରେ ବିଚାର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Toll_plaza_23.jpg)