ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି କଂପାନି ୱିପ୍ରୋରେ ଥିବା ଶତ୍ରୁ ସେୟାରକୁ ସରକାର ଏଲ୍ଆଇସି ଏବଂ ଅନ୍ୟ ଦୁଇ ସରକାରୀ ବୀମା କଂପାନିକୁ ବିକ୍ରି କରିଛନ୍ତି। ସେଥିରୁ ୧୧୫୦ କୋଟି ଟଙ୍କା ମିଳିଛି। ଯେଉଁମାନେ ଭାରତ ଛାଡ଼ି ଚୀନ୍ ଏବଂ ପାକିସ୍ତାନରେ ବସବାସ କରୁଛନ୍ତି ସେମାନେ ଭାରତରେ ଛାଡ଼ି ଯାଇଥିବା ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି ଭାବେ ବିବେଚନା କରାଯାଉଛି। ଦୀର୍ଘ ଦିନ ଧରି ପଡ଼ି ରହିଥିବା ଏହି ସମ୍ପତ୍ତିଗୁଡ଼ିକୁ ବିକ୍ରି କରି ସରକାର ରାଜସ୍ବ ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ୱିପ୍ରୋରେ ଥିବା ଶତ୍ରୁ ସେୟାରକୁ ଏଲ୍ଆଇସି, ଦି ନିଉ ଇଣ୍ଡିଆ ଆସ୍ୟୁରାନ୍ସ ଓ ଜେନେରାଲ୍ ଇନ୍ସ୍ୟୁରାନ୍ସ କିଣିଛନ୍ତି। ଏହି ସେୟାର ବିକ୍ରି ଜରିଆରେ ସରକାର ନିଜର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ପୂରଣ କରିବାକୁ ଚାହୁଛନ୍ତି।
ଶତ୍ରୁ ସେୟାର ବିକ୍ରିରୁ ମିଳିଲା ୧୧୫୦ କୋଟି
/sambad/media/post_attachments/wp-content/uploads/2019/04/wipro-kNrB-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)