ଭୁବନେଶ୍ବର: ସରକାରୀ ସାଧାରଣ ବୀମା କଂପାନି ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସ କଂପାନିର ନୂଆ ସିଏମ୍ଡି ଭାବେ ସତ୍ୟଜିତ ତ୍ରିପାଠୀ ଚଳିତ ମାସରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଥମ ଓଡ଼ିଆ ଅଧିକାରୀ ଭାବେ ସେ କୌଣସି ପିଏସ୍ୟୁ ସାଧାରଣ ବୀମା କଂପାନିର ସିଏମ୍ଡି ଭାବେ ନିଯୁକ୍ତି ପାଇଛନ୍ତି। ଓୟୁଏଟିରେ ସ୍ନାତକ ଓ ଏକ୍ସଆଇଏମ୍ବିରେ ପିଜିଡିଏମ୍ ପାଠପଢ଼ିଥିବା ଶ୍ରୀ ତ୍ରିପାଠୀ ୧୯୮୮ରେ ଜେନେରାଲ୍ ଇନ୍ସ୍ୟୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆରେ ପ୍ରତ୍ୟକ୍ଷ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରିବାର ତାଙ୍କର ଦୀର୍ଘ ୩୩ ବର୍ଷର ଅଭିଜ୍ଞତା ରହିଛି। ନୂଆଦିଲ୍ଲୀରେ ନୂତନ ଭାବେ ଗଠିତ କୃଷି ବୀମା କଂପାନିରେ ୨୦୦୨-୨୦୦୬ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଛନ୍ତି। ୨୦୧୫-୧୮ ପର୍ଯ୍ୟନ୍ତ ସେ ଜିଆଇସିର ମୁଖ୍ୟ ବିନିଯୋଗ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଚଳିତ ବର୍ଷ ଅଗଷ୍ଟରେ ସେ ଦି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନି ଲିମିଟେଡ୍ର ନିର୍ଦେଶକ ଓ ଜିଏମ୍ ଭାବେ ନିଯୁକ୍ତି ପାଇଥିଲେ। ଶ୍ରୀ ତ୍ରିପାଠୀ ହେଉଛନ୍ତି ପୂର୍ବତନ ଇଏସ୍ଆଇ ନିର୍ଦେଶକ ଡକ୍ଟର ସୁରେନ୍ଦ୍ର ତ୍ରିପାଠୀ ଓ ଲେଖିକା ଭାରତୀ ତ୍ରିପାଠୀଙ୍କ ପୁତ୍ର ଓ ଏନ୍ଆଇଟି ରାଉରକେଲା ସିଭିଲ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ପ୍ରଫେସର ପି କେ ଦାସ ଓ ଜ୍ୟୋତି ଦାସଙ୍କ ଜାମାତା।
ସତ୍ୟଜିତ ତ୍ରିପାଠୀ ୟୁନାଇଟେଡ୍ ଇଣ୍ଡିଆ ଇନ୍ସୁରାନ୍ସର ନୂଆ ସିଏମ୍ଡି
/sambad/media/post_attachments/wp-content/uploads/2021/09/5f64h654f65h4sfh12sfh12sf23fshfshfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)