ବିପିସିଏଲ୍‌ ଅଂଶଧନ କିଣିପାରେ ସାଉଦି ଆରବର କଂପାନି

ନୂଆଦିଲ୍ଲୀ : ସରକାରୀ ତେଲ କଂପାନି ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍‌ (ବିପିସିଏଲ୍‌)ର ୫୩.୨୯ ପ୍ରତିଶତ ଅଂଶଧନକୁ ବିକ୍ରି କରିବା ଲାଗି କେନ୍ଦ୍ର ସରକାର ଗ୍ରାହକଙ୍କ ଠାରୁ ବିଡ୍ ଆହ୍ବାନ କରିଛନ୍ତି। ଏହାକୁ କିଣିବା ଲାଗି ସାଉଦି ଆରବର ସବୁଠୁ ବଡ଼ ତେଲ କଂପାନି ସାଉଦି ଆରାମକୋ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ଷ୍ଟକ ବଜାରରେ ବିପିସିଏଲର ଅଂଶଧନ ମୂଲ୍ୟ ୫% ବୃଦ୍ଧି ପାଇ ୫୧୫ ଟଙ୍କା ହୋଇଯାଇଛି। ବିପିସିଏଲର ପ୍ରତିଟି ସେୟାରକୁ ୫୧୦ ଟଙ୍କାରୁ ୧୧୦୦ ଟଙ୍କା ଭିତରେ ଯେକୌଣସି ମୂଲ୍ୟରେ କିଣିବାକୁ ସାଉଦି ଆରାମକୋ ଚାହୁଛି। ବିପିସିଏଲର ଅଂଶଧନକୁ ବିକ୍ରି କରି ସରକାର ୬୫ ହଜାର କୋଟି ଟଙ୍କା ହାସଲ କରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର