ରୁଷ୍‌କୁ ଟପି ଭାରତର ୨ ନମ୍ବର ତୈଳ ଯୋଗାଣକାରୀ ହେଲା ସାଉଦି ଆରବ

ନୂଆଦିଲ୍ଲୀ: ୩ ମାସରେ ପରେ ଅଳ୍ପ ବ୍ୟବଧାନରେ ରୁଷ୍‌କୁ ଟପି ସାଉଦି ଆରବ ଭାରତକୁ ତୈଳ ଯୋଗାଣ କ୍ଷେତ୍ରରେ ୨ ସ୍ଥାନକୁ ଉନ୍ନୀତ ହୋଇଥିବା କଥା ଶିଳ୍ପ ଓ ବାଣିଜ୍ୟ ବିଭାଗରୁ ପ୍ରାପ୍ତ ତଥ୍ୟାବଳିରୁ ଜଣାପଡ଼ିଛି। ଅଗଷ୍ଟ ମାସର ଏହି ତଥ୍ୟରେ ଭାରତକୁ ତୈଳ ଯୋଗାଣ କ୍ଷେତ୍ରରେ ଇରାକ୍‌ ୧ ନମ୍ବର ସ୍ଥାନ ବଜାୟ ରଖିଥିବା ଜଣାପଡ଼ିଛି।

ବିଶ୍ବର ତୃତୀୟ ବୃହତ୍‌ ତୈଳ ଆମଦାନିକାରୀ ତଥା ବ୍ୟବହାରକାରୀ ଭାରତ ଅଗଷ୍ଟ ମାସରେ ସାଉଦି ଆରବରୁ ଦୈନିକ ୮୬୩,୯୫୦ ବ୍ୟାରେଲ୍‌ ଅଶୋଧିତ ତୈଳ ଆମଦାନି କରିଥିବା ବେଳେ ରୁଷ୍‌ରୁ ‌୮୫୫,୯୫୦ ବ୍ୟାରେଲ୍‌ ତୈଳ ଆମଦାନି କରିଛି। ଏହା ପୂର୍ବ ମାସଠାରୁ ଭାରତ ସାଉଦି ଆରବରୁ ୪.୮% ଅଧିକ ତୈଳ ଆମଦାନି କରିଥିବା ବେଳେ ରୁଷ୍‌ରୁ ୨.୪% କମ୍ ତୈଳ ଆମଦାନି କରିଛି ବୋଲି ଉକ୍ତ ତଥ୍ୟାବଳିରୁ ଜଣାପଡ଼ିଛି।

Image Courtesy of Tribune India

ସୂଚନାଯୋଗ୍ୟ, ଫେବ୍ରୁଆରି ମାସରେ ମସ୍କୋ ୟୁକ୍ରେନ୍‌ ଆକ୍ରମଣ କରିବା ପରେ ପାଶ୍ଚାତ୍ୟ ରାଷ୍ଟ୍ର ଆର୍ଥିକ କଟକଣା ଜାରି କରିବାରୁ ଚୀନ୍‌ ଏବଂ ଅନ୍ୟାନ୍ୟ ଦେଶ ରୁଷ୍‌ରୁ ତୈଳ ଆମଦାନି ହ୍ରାସ କରିବାରୁ ଭାରତ ବିଶ୍ବର ୨ ନମ୍ବର ରୁଷୀୟ ତୈଳ କ୍ରେତା ଭାବେ ପରିଗଣିତ ହୋଇଥିଲା।

ଅନ୍ୟ ଦେଶର ଯୋଗାଣକାରୀମାନଙ୍କ ‌ତୁଳନାରେ ଅଧିକ ରିହାତି ମିଳୁଥିବାରୁ ଭାରତ ରୁଷ୍‌ରୁ ତୈଳ ଆମଦାନି କରିବାକୁ ଆଗ୍ରହ ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର