ଭୁବନେଶ୍ବର : ସୌକିନ ମାଟ୍ରେସେସ୍ ପକ୍ଷରୁ ସହିଦନଗର ସ୍ଥିତ ଏସ୍ପ୍ଲାନେଡ୍ ମଲ୍ ସମ୍ମୁଖରେ ନୂଆ ପ୍ରିମିୟମ୍ ସୋ’ରୁମ୍ ଖୋଲାଯାଇଛି। ଗ୍ରାହକମାନେ ଏଠାରେ ପ୍ରଯୁକ୍ତି ସମ୍ପନ୍ନ ମାଟ୍ରେସେସ୍କୁ ଉନ୍ନତ ପରିବେଶରେ କିଣିବାର ସୁଯୋଗ ପାଇବେ। ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂପାନି ସର୍ବଦା ଏହାର ମାଟ୍ରେସେସ୍ଗୁଡ଼ିକୁ ପ୍ରସ୍ତୁତ କରୁଛି ଓ ନିୟମିତ ବ୍ୟବଧାନରେ ସେଥିରେ ନବସୃଜନ ଆଣିବାକୁ ଉଦ୍ୟମ ଜାରି ରଖିଛି। କଂପାନିର ‘ଅର୍ଥୋ ସିରିଜ୍’ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ଅର୍ଥୋ-ନିଓ ନାମକ ନୂଆ ଉତ୍ପାଦକୁ ଆଜି ଉନ୍ମୋଚନ କରାଯାଇଛି। କଂପାନିର ଏମ୍ଡି ସରୋଜ କୁମାର ପାତ୍ର କହିଛନ୍ତି ଯେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ କଂପାନି ୬୦ରୁ ଅଧିକ ପ୍ରିମିୟମ୍ ସୋ’ରୁମ୍ ଖୋଲିବାକୁ ଯୋଜନା ରଖିଛି। ଏଥି ସହିତ ମାାର୍କଟିଂ, ଉତ୍ପାଦନ ଓ ଉତ୍ପାଦ ଏକ୍ଜିକ୍ୟୁଟିଭ୍ ଭାବେ କଂପାନି ଯୁବବର୍ଗଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ଯୋଜନା ରଖିଛି। ଆଗାମୀ ଦିନରେ ସୌକିନ ବିଶ୍ବସ୍ତରୀୟ ଆସବାବପତ୍ର ବିକ୍ରି କରିବାକୁ ମଧ୍ୟ ଯୋଜନା ରଖିଛି।
ସୌକିନ ମାଟ୍ରେସେସ୍ର ନୂଆ ପ୍ରିମିୟମ୍ ସୋ’ରୁମ୍
/sambad/media/post_attachments/wp-content/uploads/2022/07/DSC_5129.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)