ଜମା ସୁଧ ହାର କମାଇଲା ଆଇସିଆଇସିଆଇ ବ୍ୟାଙ୍କ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ ଘୋଷଣା କରିବା ପରେ ବ୍ୟାଙ୍କ ଗୁଡ଼ିକ ଜମା ସୁଧ ହାର ମଧ୍ୟ କମାଇବା ଆରମ୍ଭ କରିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ୨ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ଖାତା ଉପରେ ଜମା ସୁଧ ହାର ୦.୨୫ ପ୍ରତିଶତ କମାଇଛି। ନୂଆ ଦର ଆସନ୍ତା ୮ ତାରିଖରୁ କାର୍ଯ୍ୟକାରୀ ହେବ। ଏହା ପୂର୍ବରୁ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ବରୋଦା ଆଦି ସେମାନଙ୍କ ଜମା ସୁଧ ହାର ହ୍ରାସ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର