ଏସବିଆଇ ଏଟିଏମ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଜାନୁଆରି ୧ରୁ ବଦଳିବ ଟଙ୍କା କାଢ଼ିବାର ନିୟମ

ନୂଆଦିଲ୍ଲୀ: ଏସବିଆଇ ଏଟିଏମ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଯେଉଁଭଳି ଭାବେ ଏସବିଆଇ କାର୍ଡ ବ୍ୟବହାରକାରୀମାନେ ଏଟିଏମରୁ ଟଙ୍କା ବାହାର କରୁଛନ୍ତି ସେଥିରେ ଜ‌ାନୁଆରି ୧ ପରଠାରୁ ପରିବର୍ତ୍ତନ ଆସିବ । ନୂଆ ନିୟମ ଅନୁଯାୟୀ, ଜାନୁଆରି ୧ ପରଠାରୁ ଏସବିଆଇ ଏଟିଏମ୍ ବ୍ୟବହାରକାରୀ ୱାନ୍ ଟାଇମ୍ ପାସୱାର୍ଡ(ଓଟିପି) ସାହାଯ୍ୟରେ ଏଟିଏମରୁ ଟଙ୍କା ବାହାର କରିବେ।

ଏହି ସୁବିଧା ଆସିବା ଦ୍ବାରା ପ୍ରଥମେ ଆପଣଙ୍କୁ ଟଙ୍କା କାଢ଼ିବା ପାଇଁ ଏଟିଏମ୍ ମେସିନ୍ ମଧ୍ୟରେ ଏଟିଏମ୍ କାର୍ଡ ଭର୍ତ୍ତି କରିବାକୁ ହେବ। ଏହା ପରେ ଆପଣ କେତେ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି, ତାହା ଟାଇପ୍ କରିବାକୁ ହେବ। ଟାଇପ୍ କରିବା ପରେ ପରେ ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ଏହା ସହ ଏଟିଏମ୍ ମେସିନ୍ ସ୍କ୍ରିନ୍ ଉପରେ ଫୋନକୁ ଆସିଥିବା ଓଟିପିକୁ ଲେଖିବା ପାଇଁ ଏକ ବକ୍ସ ମଧ୍ୟ ଆସିବ। ସେହି ବକ୍ସରେ ଓଟିପି ଟାଇପ୍ କରିବା ପରେ ଯାଇ ଏଟିଏମ୍ ମେସିନରୁ ଟଙ୍କା ବାହାରିବ।

Image result for sbi
Goodreturns

ତେବେ ଏହି ସୁବିଧା କେବଳ ଏସବିଆଇ ଏଟିଏମ୍ ମେସିନରେ ହିଁ ମିଳିବ। ଅନ୍ୟ ବ୍ୟାଙ୍କର ଏଟିଏମ୍ ମେସିନ‌ରେ ଏସବିଆଇ ଏଟିଏମ୍ କାର୍ଡ ଭର୍ତ୍ତି କଲେ ଏହି ସୁବିଧା ମିଳିବ ନାହିଁ। ସନ୍ଧ୍ୟା ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବା ସହ ୧୦,୦୦୦ରୁ ଅଧିକ ଟଙ୍କା ଉଠାଇଲେ ହିଁ ଏହି ସୁବିଧା ମିଳି ପାରିବ। ଏହି ବ୍ୟବସ୍ଥା ଦ୍ବାରା ବ୍ୟବହାରକାରୀଙ୍କ ଟଙ୍କା ଅଧିକ ସୁରକ୍ଷିତ ରହିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର