ପୁଣି ଋଣ ସୁଧ ବଢ଼ାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜି ପୁଣି ଋଣ ସୁଧ ହାର ବୃଦ୍ଧି କରିଛି। ୧୦ରୁ ୧୫ ବେସିସ୍ ପଏଣ୍ଟ ବା ୦.୧୦ରୁ ୦.୧୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ବଢ଼ାଇଛି। ଫଳରେ ଷ୍ଟେଟ ବ୍ୟାଙ୍କରୁ ଋଣ କରିବାକୁ ହେଲେ ଗ୍ରାହକଙ୍କୁ ଅଧିକ ସୁଧ ଗଣିବାକୁ ହେବ। ଏହାଦ୍ବାରା ମାସିକ କିସ୍ତି ବାବଦରେ ଅଧିକ ଅର୍ଥ ପଇଠ କରିବାକୁ ପଡ଼ିବ। ବର୍ଦ୍ଧିତ ସୁଧ ହାରକୁ ବ୍ୟାଙ୍କ ନଭେମ୍ବର ୧୫ ତାରିଖରୁ କାର୍ଯ୍ୟକାରୀ କରିଛି। ପୂର୍ବରୁ ଗତମାସ ୧୫ ତାରିଖରେ ମଧ୍ୟ ବ୍ୟାଙ୍କ ଏହାର ଏମସିଏଲଆରରେ ୦.୨୫ ପ୍ରତିଶତ ବୃଦ୍ଧି କରିଥିଲା।

ସମ୍ବନ୍ଧିତ ଖବର