ବନ୍ଦ ହେବାକୁ ଯାଉଛି ଏସବିଆଇର କୋଟିକୋଟି ଏଟିଏମ କାର୍ଡ

ନୂଆଦିଲ୍ଲୀ: ବନ୍ଦ ହେବାକୁ ଯାଉଛି ଏସବିଆଇର କୋଟିକୋଟି ଏଟିଏମ କାର୍ଡ। ଏଟିଏମ ମେସିନରେ ବି ଚାଲିବ ନାହିଁ ଏହି ଏଟିଏମ କାର୍ଡ। ଆଜ୍ଞା ହଁ ! ଆପଣ ଠିକ୍‌ ପଢୁଛନ୍ତି। ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଢିଆ (ଏସବିଆଇ) ଖୁବ ଶୀଘ୍ର ନିଜ ଗ୍ରାହକମାନଙ୍କୁ ପୁରୁଣା ଏଟିଏମ କାର୍ଡ ବଦଳାଇବାକୁ ନିର୍ଦ୍ଦେଶ ଦେଇଛି । ଏସବିଆଇର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଶୁକ୍ରବାର ସୂଚନା ଦିଆଯାଇଛି କି, ଯେଉଁ ଗ୍ରାହକମାନଙ୍କ ନିକଟରେ ପୁରୁଣା ମ୍ୟାଜିଷ୍ଟ୍ରିପ ତଥା ମ୍ୟାଗ୍ନେଟିକ୍‌ ଡେବିଟ କାର୍ଡ ରହିଛି ସେମାନେ ନିଜ ନିଜର ଏହି ପୁରୁଣା ଏଟିଏମକାର୍ଡକୁ ତୁରନ୍ତ ବ୍ୟାଙ୍କ ଆସି ବଦଳାଇବାକୁ ପଡ଼ିବ।

ଏସବିଆଇ ତରଫରୁ ଆହୁରୀ ମଧ୍ୟ କୁହାଯାଇଛି କି, ଏଟିଏମ କାର୍ଡର କନଭର୍ସନ ପ୍ରୋସେସରେ କୌଣସି ପ୍ରକାରର ଶୁଳ୍କ ନିଆଯିବ ନାହିଁ। ଏବଂ ଏହା ସଂପୂର୍ଣ୍ଣ ଭାବରେ ମାଗଣା ହେବ। ନିକଟରେ ଏସବିଆଇ ସହିତ ୬ଟି ଅନ୍ୟ ବ୍ୟାଙ୍କମାନଙ୍କ ସହ ସମ୍ମିଶ୍ରଣ ହୋଇଛି। ଏବଂ ବ୍ୟାଙ୍କର ଗ୍ରାହକମାନଙ୍କର ସଂଖ୍ୟାରେ ବଡ ପରିବର୍ତ୍ତନ ହୋଇଛି। ତେଣୁ ଏଭଳି ପରିସ୍ଥିତିରେ ବ୍ୟାଙ୍କର ଏଭଳି ନିଷ୍ପତିର ପ୍ରଭାବ କୋଟି କୋଟି ଗ୍ରାହକଙ୍କ ଉପରେ ପଡିପାରେ।

ସମ୍ବନ୍ଧିତ ଖବର