ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କିଂ ନେଟ୍ୱର୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତା’ର ଗ୍ରାହକଙ୍କୁ ଅନେକ ମାଗଣା ସେବା ଯୋଗାଇ ଥାଏ। ଆମେ ବେଳେ ବେଳେ କିଛି ସେବାରେ ଅର୍ଥ ଲାଗିଥାଏ ବୋଲି ଭାବିଥାନ୍ତି। ମାତ୍ର ଜାଣିରଖନ୍ତୁ ଯେ ଏସ୍ବିଆଇ ତା’ର ଗ୍ରାହକଙ୍କଠାରୁ ମାତ୍ର ଅଳ୍ପ କିଛି ସେବା ପାଇଁ ଅର୍ଥ ନେଇଥାଏ।
ଏସ୍ବିଆଇର ୱେବ୍ସାଇଟ୍ ଅନୁସାରେ ଦେଶରେ ପ୍ରାୟ ୬୦ ହଜାର ଏସ୍ବିଆଇ ଏଟିଏମ୍ ରହିଛି। ଏଟିଏମ୍ ଜରିଆରେ ଆପଣ ପାଉଥିବା ସମସ୍ତ ସେବା ସଂପୂର୍ଣ୍ଣ ମାଗଣା। ଷ୍ଟେଟ୍ବ୍ୟାଙ୍କ୍ର ଡେବିଟ୍ କାର୍ଡ ବ୍ୟବହାର କରି ଆପଣ ବାଲାନ୍ସ ଚେକ୍ କରିବାରୁ ନେଇ, ଟଙ୍କା ଉଟାଇବା, ଟଙ୍କା ଟ୍ରାନ୍ସଫର୍ କରିବା ଆଦି ସବୁ କିଛି ମାଗଣାରେ କରିପାରିବେ।
ଟଙ୍କା ଟ୍ରାନ୍ସଫର୍ କରିବାକୁ ଆପଣଙ୍କୁ କେବଳ ନିଜ ଡେବିଟ୍ କାର୍ଡର ପିନ୍ ନମ୍ବର, ଡେବିଟ୍ କାର୍ଡ ଓ ଯାହାକୁ ପଠାଉଛନ୍ତି ତାଙ୍କ କାର୍ଡର ନମ୍ବର ଆବଶ୍ୟକ। ନିଜ ଡେବିଟ୍ କାର୍ଡ ପିନ୍ ବି ଏଟିଏମ୍ରେ ବଦଳାଇ ପାରିବେ। ଏହା ମଧ୍ୟ ପୂରାପୂରି ମାଗଣା।
କେବଳ ସେତିକି ନୁହେଁ, ଆପଣ ନିଜର ଏସ୍ବିଆଇ ଚେକ୍ବୁକ୍ ବି ଏଟିଏମ୍ ଜରିଆରେ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ୍ ଯିବାକୁ ପଡ଼ିବ ନାହିଁ କି କୌଣସି ଅର୍ଥ ବି ଲାଗିବ ନାହିଁ।
ଏସ୍ବିଆଇ କାର୍ଡ ବ୍ୟବହାର କରି ଆପଣ ଏଟିଏମ୍ରେ ବିଭିନ୍ନ ପ୍ରକାରର ବିଲ୍ ପୈଠ କରିପାରିବେ। ଏଥିପାଇଁ ମଧ୍ୟ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।