ଏସ୍‌ବିଆଇ କାର୍ଡ-ଏତିହାଦ୍ ଗେଷ୍ଟ ବୁଝାମଣା

ନୂଆଦିଲ୍ଲୀ: ଏସ୍‌ବିଆଇ କାର୍ଡ ଓ ଏତିହାଦ୍‌ ଗେଷ୍ଟ୍‌ ମଧ୍ୟରେ ବୁଝାମଣା ହୋଇଛି। ଦୁଇ ସଂସ୍ଥା ମିଶି ଦୁଇଟି କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍ କାର୍ଡ ଉନ୍ମୋଚନ କରିଛନ୍ତି। ସେହି କାର୍ଡ ଜରିଆରେ ଗ୍ରାହକମାନେ ‌ଅନେକ ସୁବିଧା ପାଇବେ। ଏସବିଆଇ କାର୍ଡ ଏତିହାଦ୍ କ୍ରେଡିଟ୍ କାର୍ଡରେ ଖର୍ଚ କରିବା ବେଳେ ପ୍ରତି ଥର ଗ୍ରାହକମାନେ ଲୟାଲ୍‌ଟି ପଏଣ୍ଟ୍‌ ହାସଲ କରିବେ। ସେହି ପଏଣ୍ଟ୍‌କୁ ପରବର୍ତି ସମୟରେ ବିଭିନ୍ନ ପ୍ରକାର କିଣାକିଣି ଓ ବୁକିଙ୍ଗରେ ବ୍ୟବହାର କରିପାରିବେ। ଦେଶରେ ବୃଦ୍ଧି ପାଉଥିବା ଆନ୍ତର୍ଜାତିକ ଯାତାୟାତକୁ ଦୃଷ୍ଟିରେ ରଖି ଏହି ଦୁଇ କୋ-ବ୍ରାଣ୍ଡେଡ୍‌ କ୍ରେଡିଟ୍ କାର୍ଡକୁ ଉନ୍ମୋଚନ କରାଯାଇଛି।

ସମ୍ବନ୍ଧିତ ଖବର