ଗ୍ରାହକଙ୍କୁ ସତର୍କ କଲା ଏସବିଆଇ: ବ୍ୟାଙ୍କ ନାଁରେ ହ୍ୱାଟ୍ସଆପରେ ଆସୁଛି ଜାଲ୍ ମେସେଜ, କୌଣସି ସୂଚନା ନ ଦେବାକୁ ରଖିବାକୁ ପରାମର୍ଶ

ମୁମ୍ବାଇ: ସମ୍ଭାବ୍ୟ ଠକେଇ ନେଇ  ଗ୍ରାହକଙ୍କୁ ସଚେତନ କରାଇଛି  ଭାରତୀୟ ଷ୍ଟେଟ ବ୍ୟାଙ୍କ । ହ୍ୱାଟସଆପକୁ ଆସୁଥିବା ଏକ ମେସେଜକୁ ନେଇ ଗ୍ରାହକଙ୍କୁ ସଚେତନ କରାଇଛି ଏସବିଆଇ । ଭ୍ରମାତ୍ମକ ମେସେଜରୁ ଦୂରେଇ ରହିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି ।

ଖବର ମୁତାବକ ଗ୍ରାହକଙ୍କୁ  କିଛି ଦିନ ହେବ ଏକ ଭୁଲ ଓଟିପିର ମେସେଜ ଆସୁଥିବା କହିଛି ଏସବିଆଇ । ଏହା ପରେ ଅନଲାଇନ ମାଧ୍ୟମରେ ଗ୍ରାହକଙ୍କୁ ଠକୁଥିବା ସଂସ୍ଥା ଏସବିଆଇ ଏଂଜେଟଙ୍କ ପରିଚୟ .ଦେଇ ଲୋକଙ୍କ ସହ କଥା ହୋଇ ତାଙ୍କ ବିଶ୍ୱାସ ଜିତି ଅସଲି ଓଟିପି ନମ୍ବର ମାଗୁଥିବା କୁହାଯାଇଛି ।

ସୂଚନା ଅନୁସାରେ, ହ୍ୱାଟସଆପର ଓଟିପି ମେସେଜ ସହ ଏକ ୱେବ ଲିଙ୍କ ମଧ୍ୟ ଠକ ସଂସ୍ଥା ଗ୍ରାହକଙ୍କୁ ପଠାଉଛି । ଯେଉଁଥିରେ କ୍ଲିକ୍ କଲେ ଫୋନରୁ ଭାଇରସ ଏବଂ ମେଲବିୟର ଆପ ଡ଼ାଉନଲୋଡ ହେଉଥିବା ମଧ୍ୟ କୁହାଯାଇଛି । କିଛି ମାମଲାରେ ଅନଲାଇନ୍ କ୍ରେଡ଼ିଟ ଏବଂ ଡ଼େବିଟ୍ କାର୍ଡ଼ ବିଷୟରେ ମଧ୍ୟ ପଚରାଥିବା ଦେଖିବାକୁ ମିଳିଛି । ଏହା ପରେ ଗ୍ରାହକଙ୍କ ଆଇଡ଼ି ହ୍ୟାକ ହେଉଥିବା ଏସବିଆଇ ପକ୍ଷରୁ କୁହାଯାଇଛି । ଏଭଳି ମେସେଜ ନିକଟରୁ ଦୂରେଇ ରହିବାକୁ ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଏହା ସହ ଯଦି କୌଣସି ଗ୍ରାହକ ଏହି ଠକ ସଂସ୍ଥା ମାଧ୍ୟମରେ କିଛି ତଥ୍ୟ ପ୍ରକାଶ କରିଛନ୍ତି ତେବେ ୩ ଦିନ ଭିତରେ ବ୍ୟାଙ୍କରେ ଏନେଇ ସୂଚିତ କରାଇବାକୁ କୁହାଯାଉଛି । ନଚେତ ଏସବିଆଇ ନମ୍ବର ୯୨୧୨୫୦୦୮୮୮ରେ ନିଜ ସମସ୍ୟା ସମ୍ପର୍କରେ ମେସେଜ ମାଧ୍ୟମରେ ଜଣାଇବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର