ଚାକିରି ଖୋଜୁଛନ୍ତି କି? ଏସ୍‌ବିଆଇରେ ୭୮୭୦ଟି କ୍ଲର୍କ ପଦବି ଖାଲି, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଖାଲି ଥିବା ୭୮୭୦ଟି କ୍ଲର୍କ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କେବଳ ଏତିକି ନୁହେଁ; ଭାରତୀୟ ଷ୍ଟେଟ ବ୍ୟାଙ୍କ ବି ନିଜର ଖାଲିଥିବା ଜୁନିୟର ଆସୋସିଏଟ ପଦ ପୂରଣ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତିକୁ ଏସ୍‌ବିଆଇ ଆଫିସିଆଲ ‌ୱେବସାଇଟ୍‌ www.sbi.co.inକୁ ଯାଇ ଆଶାୟୀମାନେ ଦେଖି ପାରିବେ।

Image result for sbi-clerk-recruitment-2020
Times of India

ଯଦି ଆପଣ ସ୍ନାତକ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, ତେବେ ଏହି ଖାଲି ଥିବା ପଦ ପାଇଁ ଆବେଦନ କରି ପାରିବେ। ଆବେଦନ ପ୍ରକ୍ରିୟା ଜାନୁଆରି ତିନି ତାରିଖ ଅର୍ଥାତ ଆଜିଠାରୁ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ୨୦୨୦ ଜାନୁଆରି ୨୬ ତାରିଖ ଯାଏଁ ରହିଛି। ପ୍ରି ପରୀକ୍ଷା ଫେବ୍ରୁଆରି/ ମାର୍ଚ୍ଚ ୨୦୨୦ରେ ହେବ। ମେନ୍ସ ପରୀକ୍ଷା ଏପ୍ରିଲ ୧୯ରେ ହେବ। ପ୍ରି ପରୀକ୍ଷା ପାଇଁ ଆଡମିଟ କାର୍ଡ ଫେବ୍ରୁଆରି ୧୧ରୁ ଓ ମେନ୍‌ ପରୀକ୍ଷା ପାଇଁ ଆଡମିଟ କାର୍ଡ ଏପ୍ରିଲର ଦ୍ୱିତୀୟ ସପ୍ତାହରୁ ପ୍ରାର୍ଥୀ ଡାଉନଲୋଡ କରି ପାଇ ପାରିବେ।

ଏସ୍‌ବିଆଇର ଏହି ଖାଲି ଥିବା ପଦ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୦ ଓ ସର୍ବାଧିକ ୨୮ବର୍ଷ ରହିବା ଆବଶ୍ୟକ ରହିଛି। ଅନୁସୂଚିତ ଜାତି ଓ ଜନଜାତି ଥିବା ପ୍ରାର୍ଥୀଙ୍କ ବୟସରେ ୫ବର୍ଷ, ଓବିସି ପ୍ରାର୍ଥୀଙ୍କ ବୟସରେ ୩ବର୍ଷ ଓ ପିଡବ୍ଲୁଡି ପ୍ରାର୍ଥୀଙ୍କ ବୟସରେ ୧୦ବର୍ଷ ଛାଡ କରାଯାଇଛି। କଳା, ବାଣିଜ୍ୟ ଓ ବିଜ୍ଞାନ ଯେ କୌଣସି ବିଭାଗରୁ ସ୍ନାତକ ଡିଗ୍ରି ହାସଲ କରିଥିବା ପ୍ରାର୍ଥୀ ଏହି ସମସ୍ତ ଖାଲି ଥିବା ପଦ ପାଇଁ ଆବେଦନ କରି ପାରିବେ।

Image result for sbi-clerk-recruitment-2020
Exampundit.in

ଆବେଦନକାରୀଙ୍କ ଚୟନ ପ୍ରି ଓ ମେନ୍ସ ପରୀକ୍ଷା ପରେ ସ୍ଥାନୀୟ ଭାଷା ପରୀକ୍ଷା ଆଧାରରେ କରାଯିବ। କୌଣସି ପ୍ରକାର ଅସୁବିଧା ହେଲେ ଆପଣ ଏହି ହେଲପ୍‌ ଲାଇନ୍‌ ନମ୍ବର ୦୨୨-୨୨୮୨୦୪୨୭ରେ କଲ କରି ପାରିବେ। ଯାହାକି ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ। ଆବେଦନକାରୀ ଧ୍ୟାନ ରଖିବେ ଯେପରିକି ଆବେଦନ ସମୟରେ ନିଜର ଠିକ୍‌ ମୋବାଇଲ ନମ୍ବର ଓ ଇମେଲ ଆଇଡି ଦିଅନ୍ତି।

ସମ୍ବନ୍ଧିତ ଖବର