ସ୍ୱାଭାବିକ ହେଲା ଷ୍ଟେଟ୍‌ ବ୍ୟାଙ୍କର କୋର୍‌ ବ୍ୟାଙ୍କିଙ୍ଗ୍‌ ସେବା, ଗ୍ରାହକ ଆଶ୍ୱସ୍ତ

ମୁମ୍ବାଇ : ବୈଷୟିକ ତ୍ରୁଟି ଯୋଗୁଁ ଆଜି ଦିନଯାକ ଗୁରୁତରଭାବେ ପ୍ରଭାବିତ ହୋଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର କୋର୍‌ ବ୍ୟାଙ୍କିଙ୍ଗ୍‌ ସେବା ସ୍ୱାଭାବିକ ହୋଇଛି । ଏ ସମ୍ପର୍କରେ ବ୍ୟାଙ୍କ ପକ୍ଷରୁ ଟ୍ଵିଟ କରି ଘୋଷଣା କରାଯାଇଛି । କୋର୍‌ ବ୍ୟାଙ୍କିଙ୍ଗ୍‌ ସେବା ସ୍ୱାଭାବିକ ହେବା ପରେ ଅନଲାଇନ ବ୍ୟାଙ୍କିଙ୍ଗ୍‌, ୟୋନୋ ଆପ ମଧ୍ୟ ସ୍ୱାଭାବିକ ହୋଇଛି ।

ଆଜି ଷ୍ଟେଟ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଏହାର କୋର୍‌ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି । ଏହି ତ୍ରୁଟି ଦ୍ୱାରା ଏଟିଏମ ଓ ପିଓଏସ (ପଏଣ୍ଟସ ଅଫ ସର୍ଭିସ) ସେବାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଙ୍କିଙ୍ଗ୍‌ ଚ୍ୟାନେଲ ପ୍ରଭାବିତ ହୋଇଥିଲା ।

Image

ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋର ବ୍ୟାଙ୍କିଙ୍ଗ ହେଉଛି ଗୋଟିଏ ବ୍ୟାଙ୍କର ଏକ କେନ୍ଦ୍ରୀକୃତ ବ୍ୟବସ୍ଥା ଯାହାଦ୍ୱାରା ଜଣେ ଗ୍ରାହକ ଯେ କୌଣସି ଶାଖାରେ, କିମ୍ବା ଅନଲାଇନରେ ନିଜର ବ୍ୟାଙ୍କ କାରବାର କରିପାରିବେ । ସରଳ ଭାଷାରେ କହିଲେ କୋର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଗୋଟିଏ ବ୍ୟାଙ୍କର ସମସ୍ତ ଶାଖାକୁ ଗୋଟିଏ ନେଟଓ୍ଵର୍କରେ ବାନ୍ଧିରଖିଥାଏ ।

ଏହା ପୂର୍ବରୁ ଆଜି ଷ୍ଟେଟ୍‌ ବ୍ୟାଙ୍କର ସେବା ମିଳିବାରେ ସମସ୍ୟା ହେଉଥିବା କଥା ଅନେକ ଗ୍ରାହକ ଟ୍ଵିଟ୍‌ କରି ଅଭିଯୋଗ କରିଥିଲେ । ବିଶେଷ କରି ଷ୍ଟେଟ୍‌ ବ୍ୟାଙ୍କର ଅନଲାଇନ୍‌ ବ୍ୟାଙ୍କିଙ୍ଗ ସେବା ଓ ଏସବିଆଇ ୟୋନୋ ଆପ ଠିକ ଭାବେ ଚାଲୁନଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର