ଡାକ୍ତରଙ୍କ ପାଇଁ ସ୍ୱତନ୍ତ୍ର କ୍ରେଡିଟ୍‌ କାର୍ଡ ଆଣିଲା ଏସ୍‌ବିଆଇ କାର୍ଡ

ଭୁବନେଶ୍ୱର: ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସସିଏସନ୍‌ (ଆଇଏମ୍‌ଏ) ସହଯୋଗରେ ଏସ୍‌ବିଆ କାର୍ଡ ପକ୍ଷରୁ ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର କ୍ରେଡିଟ୍‌ କାର୍ଡ ପ୍ରଚଳନ କରାଯାଇଛି। ଏହାର ନାମ ରଖାଯାଇଛି ଡକ୍ଟର୍ସ ଏସ୍‌ବିଆଇ କାର୍ଡ। ଏହି କାର୍ଡରେ ଡାକ୍ତରମାନେ ନିଜ କ୍ଲିନିକ୍‌ ପାଇଁ ବିଭିନ୍ନ ସାମଗ୍ରୀ କିଣାକିଣିଠାରୁ ଆରମ୍ଭ କରି ବିଦେଶ ଯାତ୍ରା ସମୟରେ ଖର୍ଚ ଆଦି ଉପରେ ଅନେକ ସୁବିଧା ହାସଲ କରିପାରିବେ। ଡାକ୍ତରମାନଙ୍କ ଜୀବନଶୈଳୀ ଉପରେ ଦୀର୍ଘଦିନ ଗବେଷଣା କରିବା ପରେ ସେମାନଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ଏହି କ୍ରେଡିଟ୍‌ କାର୍ଡ ପ୍ରସ୍ତୁତ କରାଯାଇଛି ବୋଲି ଏସ୍‌ବିଆଇ କାର୍ଡ ପକ୍ଷରୁ କୁହାଯାଇଛି। ଡକ୍ଟର୍ସ ଏସ୍‌ବିଆଇ କାର୍ଡକୁ କଂପାନିର ଏମ୍‌ଡି ତଥା ସିଇଓ ହରଦୟାଲ ପ୍ରସାଦ ଓ ଆଇଏମ୍‌ଏର ଜାତୀୟ ସଭାପତି ଡକ୍ଟର ରବି ଓ୍ଵାଙ୍ଖଡେକର ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର